‘ଜନ ଗଣ ମନ’କୁ କିପରି ମିଳିଥଲା ଜାତୀୟ ସଂଗୀତର ମାନ୍ୟତା? ଏବେବି ଭାରତୀୟଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଛି ମହାମନ୍ତ୍ର

56

ଆଜି ସାଧାରଣତନ୍ତ୍ର ଦିବସ । ୧୯୫୦ ଜାନୁୟାରୀ ୨୬ ତାରିଖରେ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ବିଶ୍ୱଦରବାରରେ ପରିଚିତି ପାଇଥିଲା । କିନ୍ତୁ ତାର ଦୁଇ ଦିନ ପୂର୍ବରୁ ଅର୍ଥାତ ୨୪ ଜାନୁୟାରୀ ୧୯୫୦ରେ ‘ଜନ-ଗଣ-ମନ’କୁ ଭାରତର ଜାତୀୟ ସଂଗୀତ ଭାବେ ମାନ୍ୟତା ଦିଆଯାଇଥିଲା । ଏହି ଜାତୀୟ ସଂଗୀତକୁ  ପ୍ରତିବର୍ଷ  ଜାନୁୟାରୀ ୨୬ ଓ ଅଗଷ୍ଟ ୧୫ରେ ଦେଶର ପ୍ରତ୍ୟେକ ସ୍କୁଲ, କଲେଜ ସହ ବିଭିନ୍ନ ଅନୁଷ୍ଠାନରେ ସମସ୍ତେ ଗାଇଥାନ୍ତି । ଜାତୀୟ ସଂଗୀତକୁ ଲେଖିଥିଲେ ବିଶ୍ୱକବି ରବୀନ୍ଦ୍ର ନାଥ ଟାଗୋର ।

ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ପ୍ରଥମ ଥର ପାଇଁ ୨୭ ଡିସେମ୍ବର ୧୯୧୧ରେ କୋଲକତା ସଭାରେ ଏହି ସଂଗୀତ ଗାନ କରାଯାଇଥିଲା । ସେ ସମୟରେ ବେଙ୍ଗଲ ବାହାରେଥିବା ଲୋକମାନେ ଏହା ବିଷୟରେ କିଛି ଜାଣିନଥିଲେ । ଭାରତୀୟ ସମ୍ବିଧାନରେ ୨୪ ଜାନୁୟାରୀ ୧୯୫୦ରେ ‘ଜନ-ଗଣ-ମନ’ ସଙ୍ଗୀତକୁ ଜାତୀୟ ସଂଗୀତ ରୂପେ ଅଧିକାର ଦିଆଯାଇଥିଲା । ଆମ ଜାତୀୟ ସଂଗୀତ କୁ ୧୯୦୫ରେ ବଙ୍ଗଳା ଭାଷାରେ ଲେଖାଯାଇଥିଲା ।‘ ଜନ-ଗଣ-ମନ’ ସଙ୍ଗୀତର ଅର୍ଥକୁ ନେଇ ଜାତୀୟ ସଂଗୀତ ରୂପେ ସମ୍ବିଧାନରେ ମାନ୍ୟତା ଦିଆଗଲା । ଏହି ସଙ୍ଗୀତର କିଛି ପଂକ୍ତିର ଅର୍ଥ ଭାରତର ନାଗରିକ ବୋଲି ବୁଝାଏ । ଭାରତୀୟ ନାଗରିକ ତାଙ୍କର ନିଜସ୍ୱ ଇଚ୍ଛାରେ ଗାଇଥାନ୍ତି ‘ଅଧିନାୟକ(ସୁପରହିରୋ) ତୁମ ହି ଭାରତ କି ଭାଗ୍ୟ ବିଧାତ ହୋ । ଏହି ଧାଡି ଭାରତୀୟ ନାଗରିକ ରୂପେ ପରିଚିତ ଦେଇଥାଏ ।

‘ବନ୍ଦେମାତରମ’’କୁ ବି ଜାତୀୟ ଗାନ କରିବା ପାଇଁ ଚର୍ଚ୍ଚା ହେଉଥିଲା କିନ୍ତୁ ଏହାକୁ ରାଷ୍ଟ୍ରଗୀତ କରାଗଲା । କାରଣ ଏହି ଗୀତର ଚାରିଧାଡ଼ି ହିଁ ଦେଶ ସହ ସମର୍ପିତ ହେଉଥିଲା । ଏବଂ ଅନ୍ୟ ଧାଡ଼ିଗୁଡିଗ ବଙ୍ଗଳା ଭାଷାରେ ମା ଦୁର୍ଗାର ସ୍ମୃତିକୁ ନେଇ କୁହାଯାଇଛି । ଯେଉଁଥି ପାଇଁ ‘ବନ୍ଦେମାତରମ’ ଗୀତକୁ ଜାତୀୟ ସଙ୍ଗୀତ ରୂପେ ଦେଖିବା ଉଚିତ ମନେହେଲାନି ।

ଜାତୀୟ ସଙ୍ଗୀତକୁ ଗାଇବା ପାଇଁ ୫୨ ସେକେଣ୍ଡ ସମୟ ଲାଗିଥାଏ । କିନ୍ତୁ ଏହା ସଂସ୍କରଣରେ ମାତ୍ର ୨୦ ସେକେଣ୍ଡ ସମୟ ରହିଛି । ଜାତୀୟ ସଙ୍ଗୀତରେ ପାଂଚ ପଦ ରହିଛି । ରବୀନ୍ଦ୍ର ନାଥ ଟାଗୋର ଜାତୀୟ ସଙ୍ଗୀତକୁ କେବଳ ଲେଖିଛନ୍ତି ତାହା ହି ନୁହେଁ ବରଂ ଏହାକୁ ଗାଇ ବି ଥିଲେ । ଆନ୍ଦ୍ରପ୍ରଦେଶର ମଦନ ପିଲ୍ଲେ ଜିଲ୍ଲାର ଏକ ଛୋଟ ଗାଁରେ ଗାଇଥିଲେ ଲେଖକ ରବୀନ୍ଦ୍ର ନାଥ ଟାଗୋର । ରାଷ୍ଟ୍ରଗାନରେ କିଛି ଖାସ କଥା ରହିଛି । ଜାତୀୟ ସଙ୍ଗୀତକୁ ଗାଇବା ସମୟରେ ଧ୍ୟାନ ଦେବା ଉଚିତ୍ । ତା’ ସହ ଏହାକୁ ଗାଇବା ସମୟରେ ସାବଧାନ ଅବସ୍ଥାରେ ଠିଆ ହେବା ଦରକାର ବୋଲି କୁହଯାଇଛି ।

Comments are closed.