ଜାମ୍ମୁ-କାଶ୍ମୀରର : ବାରମୁଲାରେ ଭୀଷଣ ତୁଷାରପାତ, ଜନଜୀବନ ଅସ୍ତବ୍ୟସ୍ତ

19

କନକ ବ୍ୟୁରୋ : ଜାମ୍ମୁ କାଶ୍ମୀରର ବାରମୁଲାରେ ଭୀଷଣ ତୁଷାରପାତ । ଲଗାତର ୨ ଦିନ ଧରି ବରଫପାତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଚାରିଆଡେ ବରଫର ଆସ୍ତର ଜମିଛି । ରାସ୍ତାଘାଟ, ଘର ଦ୍ୱାର, ଗାଡି ମୋଟର ଉପରେ ବରଫ ଘୋଡାଇ ହୋଇ ରହିଥିବା ଦେଖିବାକୁ ମିଳିଛି । ପାଣିପାଗ ବିଭାଗ ଆକଳନ କରିଛି ଏହି ବରଫପାତ ଆହୁରି କିଛିଦିନ ଧରି ଲାଗିରହିବ ।

ବାରମୁଲାରେ ତୁଷାରପାତ ତ ଶ୍ରୀନଗରରେ ବର୍ଷା । ଶ୍ରୀନଗରରେ ଦୁଇ ଦିନ ଧରି ପ୍ରବଳ ବର୍ଷା ହୋଇଛି । ପ୍ରବଳ ବର୍ଷା ଫଳରେ ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଚାରିଆଡେ ପାଣି ଭରି ରହିଥିବାରୁ ଜନଜୀବନ ପ୍ରଭାବିତ ହୋଇପଡିଛି । ଯାତାୟତ ଠପ୍ ହୋଇଯାଇଛି । ସ୍କୁଲ କଲେଜ ସବୁ ବନ୍ଦ ରହିଛି ।

ଜାମ୍ମୁକାଶ୍ମୀର ବନ୍ୟାରେ କୋକେରଗଂଜରେ ଏକ କାର ବନ୍ୟାଜଳରେ ଭାସ୍ୟିାଇଥିଲା । ଫଳରେ ଏହି କାରର ଯାତ୍ରୀମାନେ ବିପଦସଙ୍କୁଳ ଅବସ୍ଥାରେ ଫସିଯାଇଥିଲେ । ଏହାପରେ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା । ପ୍ରଖର ବନ୍ୟା ଜଳ ସ୍ରୋତରେ ବେଶ୍ କିଛି ସମୟ ଯାଏ ଭାସିଥିଲା କାରଟି । ତେବେ ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି ।