ଜାମ୍ମୁକାଶ୍ମୀର : ଯବାନମାନଙ୍କ ସୁରକ୍ଷାକୁ ନଜରରେ ରଖି ଆଡଭାଇଜରି ଜାରି, ପୁଲିସ ମୁଖ୍ୟାଳୟ ପକ୍ଷରୁ ନିଷ୍ପତି

21

କନକ ବ୍ୟୁରୋ : ଜାମ୍ମୁକାଶ୍ମୀର ଯବାନମାନଙ୍କ ପାଇଁ ଆଡଭାଇଜରି ଜାରି କରିଛି ଜାମ୍ମୁକାଶ୍ମୀର ପୁଲିସ । ସମସ୍ତ ଯବାନମାନଙ୍କୁ ନିଜ ନିଜ ପୈତୃକ ସ୍ଥାନକୁ ଯିବାକୁ ବାରଣ କରାଯାଇଛି । ଆଗାମୀ କିଛି ମାସ ପର୍ଯ୍ୟନ୍ତ ଯବାନମାନେ ନିଜ ନିଜ ପୈତୃକ ଗାଁକୁ ଯାଇ ପାରିବେ ନାହିଁ । ଯବାନଙ୍କ ସୁରକ୍ଷାକୁ ନଜରରେ ରଖି ଏହି ପଦକ୍ଷେପ ନେଇଛି ପୁଲିସ ।

ଜାମ୍ମୁକାଶ୍ମୀରର ବର୍ତମାନର ସ୍ଥିତିକୁ ନଜରରେ ରଖି ପୁଲିସ ମୁଖ୍ୟାଳୟ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । କୁହାଯାଉଛି, ବିଭିନ୍ନ ଟିମର ମୁଖ୍ୟ ନିଜ ନିଜର ସୁବିଧା ଅସୁବିଧା ସମ୍ପର୍କରେ ଜଣାଇବେ । ଯବାନଙ୍କ ସୁରକ୍ଷା ସୁନିଶ୍ଚିତ ଭାବେ କରାଯାଇପାରିବ । ଦକ୍ଷିଣ କାଶ୍ମୀର ଶୌଫିୟାଁ ଓ କୁଲଗାମରେ ପୁଲିସ କର୍ମଚାରୀଙ୍କ ପରିବାରଲୋକଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ପରେ ଏପରି କରାଯାଇଛି ।