କନକ ବ୍ୟୁରୋ : ୭୦ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଚାରିଆଡେ ଉତ୍ସାହ । ଗୋଟିଏ ପଟେ ଭାରତ ଉତ୍ସବ ମନାଉଛି ଅନ୍ୟପଟେ କାଶ୍ମୀର ଘାଟିରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଆଜି ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି । ଆକ୍ରମଣରେ ୫ ଜଣ ଯବାନ ଆହତ ହୋଇଛନ୍ତି । ଆତଙ୍କବାଦୀମାନେ କଶ୍ମୀର ଘାଟିରେ ପୁଲୱାମା ପମ୍ପୋର ଓ ଖାନମୋ ରେ ଆକ୍ରମଣ କରିଛନ୍ତି । ଆତଙ୍କବାଦୀମାନେ ଏସଓଜି ଓ ସିଆରପିଏଫ୍ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ । ଆଉ ଏହାର କଡ଼ା ଜବାବ ଦେଇଛନ୍ତି ସୁରକ୍ଷାକର୍ମୀ । ଏନକାଉଂଟର ଜାରି ରଖିଛନ୍ତି ସୁରକ୍ଷାକର୍ମୀ ।
ସୁରକ୍ଷାକର୍ମୀଙ୍କ ଗୁଳିରେ ଏବେ ପର୍ଯ୍ୟନ୍ତ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ଆଉ ୩ରୁ ୪ ଆତଙ୍କବାଦୀ ଲୁଚିଥିବା ଜଣାପଡ଼ିଛି । ସେତା ତରଫରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଆତଙ୍କବାଦୀମାନେ ଜୈଶ୍-ଏମହମ୍ମଦ ଆତଙ୍କୀ ସଂଗଠନର ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ଏକ ବଡ଼ ଧରରଣର ଷଡ଼ଯନ୍ତ୍ର ରଚିଥିଲେ ଆତଙ୍କବାଦୀ, ଯାହାକୁ ସୁରକ୍ଷାକର୍ମୀମାନେ ପଣ୍ଡ କରିଦେଇଛନ୍ତି । ସୀମାରେ ପ୍ରବଳ ବରଫପାତ ସତ୍ୱେ ପାକିସ୍ତାନ ପଟୁ ଅସ୍ତବିରତି ଉଲଂଘନ ଜାର ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/10/encounter-1502889303.jpg)
/kanak/media/post_attachments/wp-content/uploads/2018/12/1489046172-532-300x175.jpg)