ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ଝିଅଙ୍କ ରାଜକୀୟ ବିବାହ ସମ୍ପନ୍ନ :  ଜୀବନସାଥି ହେଲେ ଈଶା ଓ ଆନନ୍ଦ 

454

ବୋହୁ ହେଲେ ଇଶା ଅମ୍ବାନୀ । ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଆମ୍ବାନୀଙ୍କ ଝିଅ ଇଶା ଆମ୍ବାନୀଙ୍କ ବାହାଘର ସମ୍ପନ୍ନ ହୋଇଛି । ମୁମ୍ବାଇ ସ୍ଥିତ ମୁକେଶ ଅମ୍ବାନୀଙ୍କ ବାସଭବନ ଆଂଟିଲିଆରେ ଏହି ହାଇପ୍ରୋଫାଇଲ ମ୍ୟାରେଜ କରାଯାଇଛି । ମୁକେଶ ଓ ନୀତା ଆମ୍ବାନୀଙ୍କ ଲାଡଲି ଇଶା ଆନନ୍ଦ ପିରାମିଲଙ୍କ ହାତ ଧରିଛନ୍ତି । ଇଶାଙ୍କ ବିବାହ କାର୍ଯ୍ୟକ୍ରମରେ ପାଖାପାଖି ୬ଶହ ଭିଭିଆଇପି ସାମିଲ ହୋଇଛନ୍ତି । ଏହି ରୟାଲ ୱେଂଡିରେ ବଲିଉଡର ସମସ୍ତ ଷ୍ଟାରକାଷ୍ଟ ସାମିଲ ହୋଇଥିଲେ ।

ଶାହରୁଖ ଖାନ୍, ଅମିର ଖାନଙ୍କ ସମେତ ଅମିତାଭ, ଐଶ୍ୱର୍ଯ୍ୟା, ଅଭିଶେକ, ପ୍ରୀୟଙ୍କା-ନିକ୍, ଦୀପିକା-ରଣବୀର ଓ ସଚିନ ତେନ୍ଦୁଲକର ପ୍ରମୁଖ ଏହି ବିବାହରେ ସାମିଲ ହୋଇଥିଲେ । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କୁ ମଧ୍ୟ ଏହି ବିବାହ ଉତ୍ସବରେ ଦେଖିବାକୁ ମିଳିଥିଲା । ବିବାହ ପୂର୍ବରୁ ଗତ ୮ରୁ ୧୦ ତାରିଖ ଦୁଇ ଦିନ ଧରି ଉଦୟପୁରରେ ପ୍ରିୱେଡିଂ ପାର୍ଟି ରଖାଯାଇଥିଲା । ମେହେନ୍ଦିଠୁ ଆରମ୍ଭ କରି ସଙ୍ଗୀତ କାର୍ଯ୍ୟକ୍ରମ ବେଶ ଧୂମଧାମରେ ପାଳିତ ହୋଇଥିଲେ ।

ସେପଟେ କମେଡି କିଙ୍ଗ କପିଲ ଶର୍ମା ନିଜ ଗର୍ଲଫ୍ରେଣ୍ଡ ଗିନି ଚତରଥଙ୍କୁ ବିବାହ କରିଛନ୍ତି । ଜଳନ୍ଧର ଠାରେ ନିଜ ପରିବାର ଓ ସଂପର୍କୀୟଙ୍କ ଉପସ୍ଥିତରେ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି କପିଲ ଶର୍ମା । କପିଲଙ୍କ ପ୍ରି-ୱେଣ୍ଡିଂ ସେଲିବ୍ରେସନର ଫଟୋ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସ ଲଗାତର ସେୟାର କରିଥିଲେ । ବିବାହ ଉତ୍ସବରେ କୃଷ୍ଣା ଅଭିଷେକ, ଭାରତୀ ସିଂ, ସୁମୋନା ଚକ୍ରବର୍ତି ଓ କପିଲଙ୍କ ସୋର କଳାକାରଙ୍କୁ ଦେଖିବାକୁ ମିଳିଛି ।