ଆଇପିଏଲ ଲଢେଇ ! ପୁନେକୁ ୬ ଉଇକେଟରେ ହରାଇଲା ପଂଜାବ ଓ ଦିଲ୍ଲୀ ବିପକ୍ଷରେ ବାଙ୍ଗାଲୋରର ଚମକପ୍ରଦ ବିଜୟ

50

କନକ ବ୍ୟୁରୋ : ଆଇପିଏଲ ୧୦ର ଚତୁର୍ଥ ମ୍ୟାଚରେ ଶନିବାର ଦିନ ରାଇଜିଂ ପୁନେକୁ କିଂଗସ ଏକାଦଶ ପଂଜାବ ୬ ଉଇକେଟରେ ପରାସ୍ତ କରିଛି । ୧୬୪ ରନର ବିଜୟ ଲକ୍ଷ୍ୟକୁ ପଂଜାବ ଦଳ ଗୋଟିଏ ଓଭର ଓ ୬ଟି ଉଇକେଟ ବାକି ଥାଇ ହାତେଇ ନେଇଥିଲା ।

ଏଥିସହ ଦୁଇ ଅଷ୍ଟ୍ରେଲୀୟ ଅଧିନାୟକଙ୍କ ମଧ୍ୟରେ ହୋଇଥିବା ମୁକାବିଲାରେ ଷ୍ଟିଭେନ ସ୍ମିଥଙ୍କୁ ମ୍ୟାକ୍ସୱେଲ ମାତ ଦେଇଛନ୍ତି । ମ୍ୟାକ୍ସୱେଲ ୨୦ଟି ବଲରେ ୪ଟି ଚୈାକା ଓ ୨ଟି ଛକା ମାରି ଦଳକୁ ଜିତାଇଥିଲେ ।

ସେହିପରି ଶନିବାରର ଦ୍ୱିତୀୟ ମ୍ୟାଚରେ ଦିଲୀ ଡେୟାର ଡେଭିଲସ ହାତରୁ ମ୍ୟାଚ ଛଡାଇନେଇଛି ରୟାଲ ଚ୍ୟାଲେଂଜର୍ସ ବାଂଗାଲୋର । ମ୍ୟାଚର ଶ୍ରେଷ୍ଠ ଖେଳାଳୀ କେଦାର ଯାଦବଙ୍କ ଅର୍ଧଶତକ ସାହାଯ୍ୟରେ ୧୫୭ ରନ କରିଥିବା ବାଂଗାଲୋର ଶେଷରେ ୧୫ ରନରେ ବିଜୟୀ ହୋଇଛି ।

ଟସ ଜିତି ବାଂଗାଲୋର ବ୍ୟାଟିଂ କରିଥିଲେ ବି ପ୍ରଥମରୁ କ୍ରିସ ଗେଲଙ୍କୁ ହରାଇଥିଲା । କିନ୍ତୁ କେଦାର ଯାଦବ ୩୭ ବଲରେ ୫ ଚୈାକା ଓ ୫ ଛକା ମାରି ଦଳୀୟ ସ୍କୋରକୁ ୧୫୭ ରନରେ ପହଂଚାଇଥିଲେ ।

ଆଇପିଏଲ କ୍ରିକେଟରେ ଆଜି ହାଇଦ୍ରାବାଦରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ଗୁଜୁରାଟ ଲାୟନସ । ସେହିପରି ମୁମ୍ବାଇ ଇଣ୍ଡିଆନସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ମଧ୍ୟ ଆଜି ମୁକାବିଲା ହେବ ।