ଫିକା ପଡିଲା ଡିଭିଲିୟର୍ସଙ୍କ ଧମାକାଦାର ବ୍ୟାଟିଂ! ବାଂଗାଲୋରକୁ ୮ ଉଇକେଟରେ ହରାଇଲା ପଂଜାବ୍, ଆଜି ପୁନେ-ଦିଲ୍ଲୀ ଟକ୍କର

17

କନକ ବ୍ୟୁରୋ : ଆଇପିଏଲ ୧୦ର ୮ମ ମ୍ୟାଚରେ କିଂଗସ ଇଲେଭେନ୍ ପଂଜାବ ଓ ରୟାଲ ଚ୍ୟାଲେଂଜର୍ସ ମଧ୍ୟରେ କଡା ଟକ୍କର ହୋଇଥିଲେ ବି ପଂଜାବ ବାଂଗାଲୋର ଟିମକୁ ୮ ଉଇକେଟରେ ହରାଇଦେଇଛି । ବାଂଗାଲୋରର ଏବି ଡିଭିଲିୟର୍ସଙ୍କ ଅର୍ଧଶତକ ଫଳରେ ବାଂଗାଲୋର ୧୪୯ ରନ କରିଥିଲା । ଆଉ ଏହାକୁ ୨ ଉଇକେଟ ହରାଇ ଏହି ରନ ହାସଲ କରିନେଇଥିଲା ।

ଚଳିତ ଆଇପିଏଲରେ ଡି ଭିଲିୟର୍ସ ପ୍ରଥମ ମ୍ୟାଚ ଖେଳୁଥିଲେ । ୪୬ ବଲରୁ ସେ ୮୯ ରନ୍ କରିଥିଲେ । ୧୪୯ ରନର ବିଜୟ ଲକ୍ଷ୍ୟକୁ ପଂଜାବର ଓପନର ବ୍ୟାଟସମ୍ୟାନ ମନନ ଭୋରା, ହାସିମ ଅମଲା ଓ ଅଧିନାୟକ ମ୍ୟାକ୍ସୱେଲ ଏହି ଲକ୍ଷ୍ୟ ହାସଲ କରିନେଇଥିଲେ । ଆଜି ପୁନେ ଠାରେ ପୁନେ ସୁପରଜିଆଂଟ ସହ ଦିଲ୍ଲୀ ଡେୟାରଡେଭିଲସର ମୁକାବିଲା ହେବ ।