ଆଇଓସିଏଲ ବିବାଦ ନେଇ ଆଜି ଦିଲ୍ଲୀରେ ବସୁଛି କୋର କମିଟି ବୈଠକ ! ଆର୍ଥିକ ପ୍ରୋତ୍ସାହନ ପ୍ରସଙ୍ଗରେ ବାହାରିବ କି ସାମଧାନର ବାଟ?

21

କନକ ବ୍ୟୁରୋ : ଆଇଓସିଏଲ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦର ସମାଧାନ ପାଇଁ ଆଜି ଦିଲ୍ଲୀରେ ବସୁଛି କୋର କମିଟି ବୈଠକ । ଏଥିରେ ଆଇଓସିଏଲକୁ ଆର୍ଥିକ ପ୍ରୋତ୍ସହନ ପ୍ରସଙ୍ଗରେ ଆଲୋଚନା ହେବ । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବସୁଛି ଏହି କୋର କମିଟି ବୈଠକ । ଆପୋଷ ସମାଧାନ ପାଇଁ କୋର୍ଟ ଗୁରୁତ୍ୱ ଦେବା ପରେ ପ୍ରଥମ ଥର ପାଇଁ ରାଜ୍ୟ ଏବଂ କେନ୍ଦ୍ର ପ୍ରତିଧିନିଙ୍କୁ ନେଇ ଏହି ବୈଠକ ବସୁଛି ।