କନକ ବ୍ୟୁରୋ : ନୂଆଦିଲ୍ଲୀ ଅନ୍ତଃରାଜ୍ୟ ପରିଷଦ ବୈଠକରେ ଉଠିଲା ମହାନଦୀ ଓ ପୋଲାଭରମ୍ ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନ୍ଧ୍ରପ୍ରଦେଶର ପୋଲାଭରମ୍ ପ୍ରକଳ୍ପ ଓ ମହାନଦୀ ଉପରମୁଣ୍ଡରେ ଛତିଶଗଡର ପ୍ରକଳ୍ପ ନେଇ ବୈଠକରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପୋଲାଭରମ୍ ଓ ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଦାବି କରିଛନ୍ତି ନବୀନ ।
ମହାନଦୀ ବନ୍ଧ କାର୍ଯ୍ୟ ତୁରନ୍ତ ବନ୍ଦ କରିବା ସହ କେନ୍ଦ୍ର ମଧ୍ୟସ୍ଥତାରେ ଗଠିତ ବୁଝାମଣା କମିଟି ବାତିଲ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ତଃରାଜ୍ୟ ପରିଷଦ ବୈଠକରେ ଭଦ୍ରକ ହିଂସା ବାବଦରେ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କୁ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/vlcsnap-2017-04-09-14h29m15s272-1.png)