ରାଜନାଥଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ଅନ୍ତଃରାଜ୍ୟ ପରିଷଦ ବୈଠକ ! ନବୀନ ପଟ୍ଟନାୟକଙ୍କ ସମେତ ୭ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ

26

କନକ ବ୍ୟୁରୋ : ନୂଆଦିଲ୍ଲୀରେ ବସିଛି ଅନ୍ତଃରାଜ୍ୟ ପରିଷଦ ବୈଠକ । ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବେଠକ ଚାଲିଛି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୪ କେନ୍ଦ୍ରମନ୍ତ୍ରୀ ଓ ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହୋଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି । ଅନ୍ତଃରାଜ୍ୟ ପରିଷଦ ବୈଠକରେ ମୁଖ୍ୟତଃ ରାଜ୍ୟପାଳଙ୍କ ଭୂମିକା ଦେଶରେ ଏକକ କୃଷି ବଜାର ନେଇ ଆଲୋଚନା କରାଯାଉଥିବା ସୂଚନା ମିଳୁଛି । ଗୋଟିଏ ରାଜ୍ୟରେ ରାଜ୍ୟପାଳଙ୍କ ଭୂମିକା କଣ ରହିଛି ସେ ନେଇ ବିଭିନ୍ନ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ରାଜନାଥ ।