କୋଲକାତାରେ ଭୋଜନର ଅପଚୟ ରୋକିବା ପାଇଁ ଅଭିନବ ଉପାୟ ! ଗରିବଙ୍କ ପାଇଁ ଖୋଲିଲା, ‘ଫୁଡ଼ ଏଟିଏମ୍’

45

ଆମ ଦେଶ ଭାରତ ଏକ ପ୍ରଗତିଶୀଳ ରାଷ୍ଟ୍ର । ଦେଶର ଅଗ୍ରଗତି ପାଇଁ ମୋଦି ଡିଜିଟାଲ ଇଣ୍ଡିଆ ଓ ବୁଲେଟ ଟ୍ରେନ ପ୍ରଚଳନର ସ୍ୱପ୍ନ ଦେଖୁଛନ୍ତି । ଏଥିପାଇଁ ଅନେକ ଯୋଜନା ପ୍ରଣୟନ କରୁଛନ୍ତି କେନ୍ଦ୍ର ସରକାର । ତଥାପି ଦେଶରେ ଗରିବଙ୍କ ସଂଖ୍ୟା ବହୁତ ଅଧିକ । ଅନେକ ଚେଷ୍ଟା ସତ୍ୱେ ବେକାରୀ ଓ ଗରିବୀ କମୁନି । ତେବେ ଗରିବଙ୍କୁ ଖାଦ୍ୟ ଯୋଗାଇବା ପାଇଁ କୋଲକାତାରେ ଆରମ୍ଭ ହୋଇଛି ‘ଫୁଡ଼ ଏଟିଏମ୍’ । ଗରିବ ଲୋକଙ୍କୁ ଖାଦ୍ୟ ଯୋଗାଇବା ଏହି ‘ଫୁଡ଼ ଏଟିଏମ’ର ଲକ୍ଷ୍ୟ ।  ଏହି ‘ଫୁଡ଼ ଏଟିଏମ’ରେ ବଳକା ଖାଦ୍ୟକୁ ୩୨୦ ଲିଟର କ୍ଷମତା ବିଶିଷ୍ଟ ଏକ ରେଫ୍ରିଜେରେଟର ରହିଛି । କୋଲକାତାର ଏକ ରେଷ୍ଟୁରାଂଟର ମାଲିକ ଏହି ଅଭିନବ ଉପାୟର ଆରମ୍ଭ କରିଛନ୍ତି ।

ସାଂଘା ଚୁଲ୍ହା ରେଷ୍ଟୁରାଂଟର ମାଲିକ ଆଶିଫ ଅହମ୍ମଦ ତିନୋଟି ସଂସ୍ଥାର ସାହଯ୍ୟରେ ଖୋଲିଛନ୍ତି ଫୁଡ଼ ଏଟିଏମ୍ । ଏହି ‘ଫୁଡ଼଼୍ ଏଟିଏମ୍’ ରେଷ୍ଟୁରାଂଟ ବାହାରେ ରଖାଯାଇଛି, ଯଦ୍ୱାରା ଖାଦ୍ୟ ଅପଚୟ ନହୋଇ ଅଭାବୀ ତଥା ଗରିବ ଲୋକଙ୍କୁ ଖାଦ୍ୟ ମିଳିପାରିବ । ଅହମ୍ମଦ କହିଛନ୍ତି, ଫୁଡ଼ ଏଡିଏମ୍ ପାଇଁ ବ୍ୟବହୃତ ହୋଇଥିବା ରେଫ୍ରିଜିରେଟରକୁ କେବଳ ଖାଦ୍ୟୁ ସଂରକ୍ଷଣ ପାଇଁ ବ୍ୟବହାର କରାଯାଏ । ଆମେ ଆମ ଗ୍ରାହକଙ୍କୁ ଖାଦ୍ୟ ନଷ୍ଟ ନକରିବା ପାଇଁ ସଚେତନ କରାଉଛୁ । ବଳକା ଖାଦ୍ୟକୁ ନଫୋପାଡ଼ି ଏହାକୁ ପ୍ୟାକ୍ କରି ଦାନ କରନ୍ତୁ ବୋଲି ଅହମ୍ମଦ ଗ୍ରାହକଙ୍କୁ କହୁଛନ୍ତି ।

ଏହି ରେଷ୍ଟୁରାଂଟ ବ୍ୟତୀତ ସହରରର କୋଣ ଅନୁକୋଣରୁ ଲୋକମାନେ ଏଠାକୁ ଖାଦ୍ୟ ଦାନ କରିବା ପାଇଁ ଆସୁଛନ୍ତି ବୋଲି ଆଶିଫ କହିଛନ୍ତି । ‘ଫୁଡ଼ ଏଟିଏମ’ରେ ମୁଖ୍ୟ ରହିଛି ବିରିୟାନୀ ଓ ରୋଟି । ଏହାସହ ଏହି ଫୁଡ଼ ଏଟିଏମରେ ତାଜା ଖାଦ୍ୟ ମଧ୍ୟ ରଖା ହେଉଛି । ‘ଫୁଡ଼ ଏଟିଏମ’ ଉପରେ ଲଗା ହୋଇଛି ଏକ ପ୍ଲା କାର୍ଡ଼ । ଉକ୍ତ ପ୍ଲା କାର୍ଡ଼ରେ ଲେଖା ହୋଇଛି ଭାରତରେ ଏକ ବର୍ଷରେ ଯେତିକି ଖାଦ୍ୟ ନଷ୍ଟ ହୁଏ, ସେଥିରେ ଏମିତି ଦେଶ ଅଛି ଯେଉଁଠି ଏକ ବର୍ଷ ପର୍ଯ୍ୟନ୍ତ ଲୋକେ ଖାଦ୍ୟ ଖାଇ ପାରିବେ । ଅହମ୍ମଦ କହିଛନ୍ତି, ଫୁଡ଼ ଏଟିଏମ୍ ଭାରତରେ ଅନ୍ୟ ସଂସ୍ଥାନକୁ ଦୃଷ୍ଟିରେ ରଖି ଚାଲୁଛି । ଏହି ଯୋଜନା ସହରରେ ଆଉ ୩ଟି ଏପରି ଏଟଏମକ ତିଆରି ପାଇଁ ସେ ଲକ୍ଷ୍ୟ ରଖିଛନ୍ତି । ଏହି ଫୁଡ଼ ଏଟିଏମରେ ପ୍ରାରମ୍ଭିକ ନିବେଶ ୫୦,୦୦୦ ଟଙ୍କାର ଥିଲା ।