ଭାରତ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଦ୍ୱିିପାକ୍ଷିକ ଆଲୋଚନା ରଦ୍ଦ !

29

କନକ ବ୍ୟୁରୋ : ଭାରତ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଦ୍ୱିିପାକ୍ଷିକ ଆଲୋଚନା ରଦ୍ଦ ହୋଇଛି । ଏପ୍ରିଲ ୧୭ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଆଲୋଚନା ହେବା ନେଇ ପୂର୍ବରୁ କାର୍ଯ୍ୟକ୍ରମ ସ୍ଥିର ହୋଇଥିବାବେଳେ ଏବେ ଏଥିରେ ପୂର୍ଣ୍ଣଛେଦ ପଡିଛି । କୁଳଭୂଷଣଙ୍କ ଫାଶୀ ଦଣ୍ଡାଦେଶ ପ୍ରସଙ୍ଗକୁ ନେଇ ଦୁଇ ଦେଶର ସମ୍ପର୍କ ମଧ୍ୟରେ ଅଧିକ ତିକ୍ତତା ପରିଲକ୍ଷିତ ହୋଇଛି ।

ଫଳରେ ଦ୍ୱିପାକ୍ଷିକ ଆଲୋଚନାକୁ ରଦ୍ଦ କରିଛି ଭାରତ । କୁଳଭୂଷଣଙ୍କୁ ସାକ୍ଷାତ କରିବା ପାଇଁ ଭାରତୀୟ ରାଷ୍ଟ୍ରଦୂତ ୧୪ ଥର ଆବେଦନ କରିଥିଲେ ସୁଦ୍ଧା ଏହାକୁ ଖାରଜ କରିଛି ପାକିସ୍ତାନ । ଏହାପରେ ଦ୍ୱିପାକ୍ଷିକ ଆଲୋଚନା ରଦ୍ଦ କରାଯାଇଥିବା ଜଣାପଡିଛି । ପାକିସ୍ତାନ ପିଏମଏସଏର ପ୍ରତିନିଧିମଣ୍ଡଳୀ ରବିବାର ଭାରତ ଆସିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ଭାରତ ଏନେଇ ପ୍ରସ୍ତୁତ ନଥିବା ସ୍ପଷ୍ଟ କରିଛି ।

ସେପଟେ ଏହି ପ୍ରସଙ୍ଗରେ ପାକିସ୍ତାନ ନୂଆ ଚାଲ୍ ଖେଳିଛି । କୁଲଭୂଷଣଙ୍କ ବିରୋଧରେ ନୂଆ ଡୋଜିଅର ପ୍ରସ୍ତୁତ କରି ଜାତିସଂଘରେ ଉପସ୍ଥାପନ କରିବ ପାକିସ୍ତାନ । ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କୁଲଭୂଷଣଙ୍କ ବିରୋଧରେ ପ୍ରମାଣ ସହ ଡୋଜିଅର ପ୍ରସ୍ତୁତ କରାଯାଉଛି । କୁଲଭୂଷଣ ତାଙ୍କ ଦୋଷ ସ୍ୱୀକାର କରିଥିବା ଭିଡିଓ ମଧ୍ୟ ଏଥିରେ ସାମିଲ ଅଛି ।