ଭାରତର ଏୟାରଷ୍ଟ୍ରାଇକ୍ ଯୋଗୁଁ ଶତ୍ରୁଦେଶରେ ହଡ଼କମ୍ପ ! ପାକ୍ ସଂସଦରେ ଇମ୍ରାନ୍ ଖାନ୍ ମୁର୍ଦ୍ଦାବାଦ ନାରା

787

କନକ ବ୍ୟୁରୋ : ଶେଷରେ ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଲା ଭାରତ । ଭାରତୀୟ ବାୟୁସେନା ନେଲା ବୀରପୁତ୍ରକୁ ହରାଇଥିବାର ପ୍ରତିଶୋଧ । ଏଲଓସିରେ ଆତଙ୍କବାଦୀ ଲଂଚ ପ୍ୟାଡ ଉପରେ ଆକ୍ରମଣ କରିଛି ଭାରତୀୟ ବାୟୁସେନା । ପାକ୍ ଅଧିକୃତ କାଶ୍ମୀରରେ ପଶି ଜେଶ-ଏ-ମହମ୍ମଦ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିଛି ବାୟୁସେନାର ୧୨ଟି ଯୁଦ୍ଧ ବିମାନ । ମିରାଜ-୨୦୦୦ ବିମାନ ପିଓକେରେ ୧ ହଜାର କିଲୋଗ୍ରାମର ବମ୍ ପକାଇ ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଛି ।

ଭାରତୀୟ ସେନାର ଆକ୍ରମଣକୁ ପରୋକ୍ଷରେ ସ୍ୱୀକାର କରିଛି ପାକିସ୍ତାନ । ପାକିସ୍ତାନର ମେଜର ଜେନେରାଲ ଆସିଫ ଗଫୁର୍ ଟ୍ୱିଟ୍ କରିଛନ୍ତି ଏହାକୁ ପରୋକ୍ଷରେ ସ୍ୱୀକାର କରିଛନ୍ତି । ଯଦିଓ ଆକ୍ରମଣକୁ ଅସ୍ୱୀକାର କରିଛନ୍ତି, ତଥାପି ସେ ଲେଖିଛନ୍ତି, ଭାରତୀୟ ବାୟୁସେନା ଯୁଦ୍ଧ ବିମାନ ପାକିସ୍ତାନ ସୀମାକୁ ପଶି ଆସିଥିଲା । ପାକ୍ ବାୟୁସେନାର ପାଲଟା ଜବାବ୍ରେ ଭାରତୀୟ ଯୁଦ୍ଧ ବିମାନ ଫେରି ଯାଇଥିଲା । ହେଲେ ପାକିସ୍ତାନ ସେନାର ମୁଖପାତ୍ର ଏହି ଆକ୍ରମଣକୁ ସ୍ୱୀକାର କରିଛନ୍ତି ।

ତେବେ ଏହି ଆକ୍ରମଣ ପରେ ପାକିସ୍ତାନ ସଂସଦରେ ଦାବି କରାଯାଉଛି ଓଆଇସିରେ ଭାରତର ବହିଷ୍କାର ହେବା ଜରୁରୀ । ସୂଚନାଯୋଗ୍ୟ ଓଆଇସିରେ ଭାରତକୁ ପ୍ରଥମ ଥର ପାଇଁ ନିମନ୍ତ୍ରଣ କରାଯାଇଛି । ଏହାବ୍ୟତୀତ ପାକିସ୍ତାନ ସଂସଦରେ ଭାରତର ଏୟାରଷ୍ଟ୍ରାଇକକୁ ନେଇ ହଙ୍ଗାମା ହୋଇଛି । ସଂସଦରେ ଇମ୍ରାନ୍ ଖାନ୍ ସେମ୍ ସେମ୍ ନାରା ଲଗାଯାଉଛି । ଏହାବ୍ୟତୀତ ଇମ୍ରାନ୍ ଖାନ୍ ମୁର୍ଦ୍ଦାବାଦ ନାରା ମଧ୍ୟ ଦିଆଯାଉଛି ।
ସୂଚନା ଅନୁସାରେ ଭାରତୀୟ ବୟାହୁସେନା ଯେଉଁ ଆତଙ୍କବାଦୀ ଏୟାରଷ୍ଟ୍ରାଇକ କରିଛି, ସେଠାରେ ଜୈଶ୍-ଇ-ମହମ୍ମଦର ମୁଖ୍ୟ ମସୁଦ ଅହଜରର ସମ୍ପର୍କୀୟ ୟୁସୁଫ୍ ଅଜହର ମଧ୍ୟ ରହୁଥିଲ । ଆକ୍ରମଣ ସମୟରେ ସେ ମଧ୍ୟ ସେଠାରେ ଉପସ୍ଥିତ ଥିଲା ।