ପାଳନ ହେଲା ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ! ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

37

କନକ ବ୍ୟୁରୋ : ଦେଶ ପାଳନ କରୁଛି ୭୧ତମ ସ୍ୱାଧୀନତା ଦିବସ । ଏହି ଅବସରରେ ଭୁବନେଶ୍ୱର ଗାନ୍ଧୀ ମର୍ଗରେ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସ ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡ ଅଭିବାଦନ ଗ୍ରହଣ କରିଛନ୍ତି । ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସଂଗ୍ରାମୀଙ୍କ ବଳିଦାନ ମନେ ପକାଇବା ସହ ପାଇକ ବିଦ୍ରୋହ ଓ ବକ୍ସିଂ ଜଗବନ୍ଧୁଙ୍କ ଅବଦାନ ବାବଦରେ ନିଜ ଅଭିଭାଷଣରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ବିକାଶ ନେଇ ସରକାର ଉଦ୍ୟମ କରୁଥିବା କହିଛନ୍ତି । ଆଗାମୀ ୫ ବର୍ଷ ଭିତରେ ରାଜ୍ୟରୁ ଗରିବୀ ଦୂର ହେବ ବୋଲି ନବୀନ ତାଙ୍କ ଅଭିଭାଷଣରେ କହିଛନ୍ତି । କୃଷି ଅର୍ଥନୀତିର ମେରୁଦଣ୍ଡ । ଚାଷ ଓ ଚାଷୀକୁ ହକ୍ ଦେବା ପାଇଁ ସରକାର ସବୁ ପ୍ରକରା ଉଦ୍ୟମ କରୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସ୍ୱାଧୀନତା ଦିବସ ଅବସରରେ ଗାନ୍ଧୀ ମାର୍ଗରେ ପରେଡ କରାଯାଇଛି । ଗୁଳୁଗୁଳି ଯୋଗୁଁ ଅସୁସ୍ଥ ଅନୁଭବ କରୁଥିଲେ ବି ମିଳିତ ପରେଡ ଅଭିବାଦନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ସୁରକ୍ଷା ଦାୟିତ୍ୱରେ ଥିବା ବିଭିନ୍ନ ବିଭାଗର ଅଫିସର ଓ କର୍ମଚାରୀ ପରେଡ ପ୍ରଦର୍ଶନ କରିଛନ୍ତି । ଏହି ପରେଡରେ ବିଭିନ୍ନ ସ୍କଲର ଛାତ୍ରଛାତ୍ରୀ ମଧ୍ୟ ସାମିଲ ହୋଇଥିଲେ ।