ବେଆଇନ ନେଣଦେଣ ନେଇ ସୂଚନା ଦେଲେ ମିଳିବ ୧ କୋଟି ଟଙ୍କା ପର୍ଯ୍ୟନ୍ତ ପୁରସ୍କାର : ଆୟକର ବିଭାଗ ଲଂଚ କଲା ନୂଆ ଯୋଜନା

51

କଳାଟଙ୍କା ବିଷୟରେ ସୂଚନା ଦେଲେ ହୋଇପାରିବେ ମାଲାମାଲ୍ । ଆପଣଙ୍କୁ ୧ କୋଟି ପର୍ଯ୍ୟନ୍ତ ଟଙ୍କା ପୁରସ୍କାରରେ ମିଳିବ । ଏକଥା ଜାଣି ଆପଣ ବିଶ୍ୱାସ କରୁନଥିବେ । ତେବେ ଏକଥା ପୁରା ସତ । ଆୟକର ବିଭାଗ ଏପରି ଏକ ଯୋଜନା ଆରମ୍ଭ କରିଛି । ଯଦି ଆପଣଙ୍କ ପାଖରେ କେହି କଳାଧନ ଲୁଚାଇବା ପାଇଁ ବେଆଇନ ନେଣଦେଣ କରେ, ତେବେ ଏହାର ସୂଚନା ଦେଇ ଆପଣ ପୁରସ୍କୃତ ହୋଇପାରିବେ । ଆପଣଙ୍କୁ ଏଥିପାଇଁ ୧ କୋଟି ପର୍ଯ୍ୟନ୍ତ ପୁରସ୍କାର ମିଳିପାରେ । ପ୍ରକୃତକଥା ହେଲା ଟାକ୍ସ ଡିପାର୍ଟମେଂଟ କଳାଧନର ପତ୍ତା ଲଗାଇବା ପାଇଁ ଓ ଟାକ୍ସ ଚୋରି ରୋକିବା ପାଇଁ ଏପରି ପଦକ୍ଷେପ ନେଇଛି । ଆଉ ଏଥିପାଇଁ ବେନାମୀ ଟ୍ରାନଜାକ୍ସନ ଏନଫୋର୍ସମେଂଟ ରିୱାର୍ଡ଼ ଲଂଚ କରିଛି । ଆୟକର ବିଭାଗ ଅନୁସାରେ ଅନେକ ଲୋକ କଳାଧନକୁ ନିବେଶ କରିଛନ୍ତି ଓ ସେମାନେ ନିବେଶକ ଟାକ୍ସ ପଇଠ କରୁନାହାନ୍ତି । ଆଉ ଏହାର ଫାଇଦା ଉଠାଉଛନ୍ତି । ସରକାର ଏହି ସମ୍ମନ୍ଧରେ ନିୟମ ଶକ୍ତ କରିବା ପାଇଁ ପୂର୍ବରୁ ବିଭିନ୍ନ ନିମୟରେ ସଂଶୋଧନ କରିସାରିଛନ୍ତି । ତଥାପି କଳାଧନ କାରବାରରେ ଲଗାମ ଲାଗିପାରୁ ନାହିଁ ।

income-tax
Image Courtesy : https://i.ndtvimg.com

ଆୟକର ବିଭାଗ କଳାଧନର ପତ୍ତା ଲଗାଇବା ପାଇଁ ଓ ଟାକ୍ସ ଚୋରି ରୋକିବା ପାଇଁ ତଥା ଲୋକଙ୍କ ଭାଗିଦାରୀ ବଢ଼ାଇବା ପାଇଁ ଏହି ଯୋଜନା ଲଂଚ କରିଛନ୍ତି । ଏହି ଯୋଜନା ଦ୍ୱାରା ଲୋକଙ୍କୁ ବେଆଇନ୍ ନେଣଦେଣ ଓ ଅନ୍ୟାନ୍ୟ ସମ୍ପତ୍ତି ବିଷୟରେ ସୂଚନା ଦେବା ପାଇଁ ପ୍ରୋତ୍ସାହିତ କରେ । ଏହି ସ୍କିମ ଅନୁସାରେ କୌଣସି ବ୍ୟକ୍ତି କଳାଧନ ବିଷୟରେ ସୂଚନା ଦେଲେ ମଧ୍ୟ ତାଙ୍କର ବ୍ୟକ୍ତିଗତ ଠିକଣା ପ୍ରଘଟ କରାଯିବ ନାହିଁ । ସୂଚନା ଦେଇଥିବା ବ୍ୟକ୍ତିଙ୍କ ଠିକଣା ଆୟକର ବିଭାଗ ତରଫରୁ ପୁରା ଗୋପନୀୟ ରଖାଯିବ । ଏହି ଯୋଜନାର ସମସ୍ତ ସୂଚନା ଆୟକର ବିଭାଗ ୱେବସାଇଟରେ ଉପଲବ୍ଧ ।