ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନସିରୁଦ୍ଦିନ ଶାହଙ୍କ କଡ଼ା ଜବାବ ! ପ୍ରଥମେ ନିଜ ଦେଶ କଥା ସମ୍ଭାଳ

239

କନକ ବ୍ୟୁରା : ଗୋହତ୍ୟା ସନ୍ଦେହରୁ କିଛିଦିନ ତଳେ ବୁଲନ୍ଦସର୍‌ରେ ଘଟିଥିବା ହିଂସାକାଣ୍ଡକୁ ନେଇ ଅଭିନେତା ନସିରୁଦ୍ଦିନ ଶାହ ଟିପ୍ପଣୀ ଦେବା ପରେ ଏହାକୁ ନେଇ ବିବାଦ ଥମିବାର ନାଁ ଧରୁନାହିଁ । ତେବେ ନସିରୁଦ୍ଦିନଙ୍କ ଟିପ୍ପଣୀ ପାଇଁ ତାଙ୍କୁ ଭାରତରେ ସମାଲୋଚନା କରାଯିବା ପରିପ୍ରେକ୍ଷୀରେ ଗତକାଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ତାଙ୍କ ସପକ୍ଷ‌ରେ ଯୁକ୍ତି ବାଢ଼ିଥିଲେ । ନସିରୁଦ୍ଦିନଙ୍କୁ ଏଭଳି ସମ‌ାଲୋଚନା କରାଯିବା ଗ୍ରହଣୀୟ ନୁହେଁ ବୋଲି କହିଥିଲେ । କିନ୍ତୁ ଇମ୍ରାନ୍‌ଙ୍କ ଏଭଳି ବୟାନକୁ କଡ଼ା ବିରୋଧ କରି ନସିରୁଦ୍ଦିନ ତାଙ୍କୁ ଭର୍ତ୍ସନା କରିଛନ୍ତି । ଇମ୍ରାନ୍‌ ପ୍ରଥମେ ନିଜ ଦେଶ ପାକିସ୍ତାନକୁ ସମ୍ଭାଳନ୍ତୁ ଏବଂ ଅନ୍ୟ କଥା ଚିନ୍ତା କରିବା ଦରକାର ନାହିଁ ବୋଲି ସେ କହିଛନ୍ତି ।

ଏକ ସାକ୍ଷାତକାରରେ ନସିରୁଦ୍ଦିନ କହିଛନ୍ତି, ପାକିସ୍ତାନ ସହ ଜଡ଼ିତ ପ୍ରସଙ୍ଗ ଗୁଡ଼ିକ ଉପରେ ଇମ୍ରାନ୍‌ ଗୁରୁତ୍ବ ଦେବା ଆବଶ୍ୟକ । ଭାରତରେ କ’ଣ ଘଟିଲା ବା ଘଟିବ, ତାହାକୁ ନେଇ ସେ ମୁଣ୍ଡ ଖେଳାଇବା ଅନୁଚିତ । ବୁଲନ୍ଦସର୍‌ ହିଂସାକୁ ଆଧାର କରି ନସିରୁଦ୍ଦିନ କହିଥିଲେ, ଦେଶରେ ପୁଲିସ ଇନ୍ସପେକ୍ଟରଙ୍କ ମୃତ୍ୟୁଠାରୁ ଗାଈ ମୃତ୍ୟୁକୁ ଅଧିକ ଗୁରୁତ୍ବ ଦିଆଯାଉଛି । ଏହାପରେ ତାଙ୍କୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଥିଲା । ଏହାକୁ ନେଇ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ କହିଥିଲେ ଯେ ଭାରତରେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ପ୍ରକୃତ ନାଗରିକର ମର୍ଯ୍ୟାଦା ମିଳୁନାହିଁ । ସଂଖ୍ୟାଲଘୁଙ୍କୁ କିଭଳି ବ୍ୟବହାର କରିବାକୁ ହୁଏ, ଆମେ ତାହା ଦେଖାଇବୁ ।