ନିୟମିତ ବ୍ରେକଫାଷ୍ଟ କରୁନାହାନ୍ତି କି ? ଏହିସବୁ ଅସୁବିଧା ଭୋଗିପାରନ୍ତି

117

ବ୍ୟସ୍ତ ଜୀବନଶୈଳୀ ଭିତରେ ସକାଳର ବ୍ରେକଫାଷ୍ଟକୁ ଅନେକ ଲୋକ ଅଣଦେଖା କରିଥାଆନ୍ତି । ଆପଣ ବି ଏପରି କରୁଛନ୍ତି କି ? ତେବେ ବ୍ରେକଫାଷ୍ଟ ନକଲେ କ’ଣ ଅସୁବିଧା ହୁଏ ସେ କଥା ଉପରେ ଧ୍ୟାନ ଦିଅନ୍ତୁ . . . . .

• ସକାଳ ଜଳଖିଆ ନ ଖାଇବା ଦ୍ୱାରା ପେଟ ଅଧିକ ସମୟ ଖାଲି ହୋଇଯାଏ । ଯାହା ଦ୍ୱାରା ଶରୀରର ମେଟାବଲିଜମ ସ୍ତର ପ୍ରଭାବିତ ହୋଇଥାଏ ଏବଂ ଓଜନ ମଧ୍ୟ ବଢ଼ିଥାଏ ।

• ଯେହେତୁ ରାତିରେ ଖାଇବା ପରେ ପେଟ ୭-୮ ଘଣ୍ଟା ଖାଲି ରହେ, ସକାଳେ ବ୍ରେକଫାଷ୍ଟ କରିବା ନିହାତି ଆବଶ୍ୟକ । ନଚେତ ଏସିଡ଼ିଟି ବା ଅମ୍ଳ ବଢ଼ିଯାଏ ।

• ତ’ଛଡ଼ା ଜଳଖିଆ ନଖାଇବା ଦ୍ୱାରା ଶରୀରରେ ଗ୍ଲୁକୋଜର ଅଭାବ ହୋଇ ଦେହ ଥରିବା, ଝିମଝିମ ଲାଗିବା, ଦୁର୍ବଳ ଲାଗିବା ପରି ଲକ୍ଷଣ ଦେଖାଦିଏ ।

• ଜଳଖିଆ ନଖାଇଲେ ବ୍ଲଡ଼ ପ୍ରେସର ଓ ସୁଗାର ସ୍ତର ଅନିୟନ୍ତ୍ରିତ ହେବା ସହ ଓଜନ ମଧ୍ୟ ବୃଦ୍ଧି ପାଇଥାଏ । କେବେ କେବେ ଏହା ଶରୀରର ଓଜନ ହ୍ରାସ ଓ ପୃଷ୍ଟିହୀନତାର ଜନିତ ରୋଗର କାରଣ ହୋଇଥାଏ । ତେଣୁ ପ୍ରତିଦିନ ସକାଳେ ଜଳଖିିଆ ଖାଆନ୍ତୁ । ଜଳଖିଆରେ ସବୁଜ ପନିପରିବାକୁ ସାମିଲ କରିବା ଅଧିକ ଦରକାରୀ ।

• କେବଳ ଏତିକି ନୁହଁ ସକାଳେ ଜଳଖିଆ ନଖାଇବା ଦ୍ୱାରା ଉଚ୍ଚରକ୍ତଚାପ ଓ ହୃଦରୋଗର ଆଶଙ୍କା ମଧ୍ୟ ବଢ଼ିଥାଏ ।

• ଯେଉଁମାନେ ନିୟମିତ ସକାଳ ଜଳଖିଆ ଗ୍ରହଣ ନକରନ୍ତି, ସେମାନଙ୍କ ଠାରେ ଅନ୍ୟମାନଙ୍କ ତୁଳନାରେ ଟାଇପ ୨ ଡାଇବେଟିସ ଅଧିକ ଦେଖାଯାଏ ।

• ସକାଳ ସମୟରେ ଖାଲି ପେଟରେ ରହିବା ଦ୍ୱାରା ମାନସିକ ସ୍ତରରେ ମଧ୍ୟ ଏହାର କୁପ୍ରଭାବ ପଡ଼ିଥାଏ । ଏହାଦ୍ୱାରା ଚିଡ଼ଚିଡ଼ ଲାଗିବା ସହ କାର୍ଯ୍ୟଦକ୍ଷତାରେ ମଧ୍ୟ ପ୍ରଭାବ ପଡ଼େ ।

• ଏହାସହ ସକାଳ ଜଳଖିଆ ନନେଲେ କେତେକଙ୍କୁ ମୁଣ୍ଡବିନ୍ଧିବା, ଅଧକାପାଳି ଓ କେଶ ଝଡ଼ିବା ପରି ସମସ୍ୟା ମଧ୍ୟ ଦେଖାଦିଏ ।