ସୋସିଆଲ ସାଇଟରେ ଅଧିକ ସମୟ ବିତାଉଛନ୍ତି କି ? ଜାଣନ୍ତୁ କେଉଁ କ୍ଷେତ୍ରରେ କରିବେ କ୍ୟାରିୟର

49

ସୋସିଆଲ ସାଇଟରେ ସକ୍ରିୟ ରହିବା ପାଇଁ ଆପଣ ପସନ୍ଦ କରୁଛନ୍ତି କି ? ଏନେଇ ଆପଣଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ୁଥିବ । ତେବେ ଚିନ୍ତା କରନ୍ତୁ ନାହିଁ ଆପଣ ଚାହିଁଲେ ଏହି କ୍ଷେତ୍ରରେ କ୍ୟାରିୟର କରିପାରିବେ । ସୋସିଆଲ ମିଡ଼ିଆର ବ୍ୟବହାର କରି ଆପଣ ଭଲ କ୍ୟାରିୟର ବିକଳ୍ପ ବାଛି ପାରିବେ । ବର୍ତ୍ତମାନ ସମରେ ଅନେକ କମ୍ପାନି ସୋସିଆଲ ମିଡ଼ିଆ ଏକ୍ସପର୍ଟ ନିଯୁକ୍ତ କରୁଛନ୍ତି । ଏହାସହ ସୋସିଆଲ୍ ମିଡ଼ିଆରେ ଚାକିରି କରି ଲୋକଙ୍କୁ ମୋଟା ଅଙ୍କର ଦରମା ମଧ୍ୟ ମିଳୁଛି । ଆପଣଙ୍କ ପାଖରେ ଏବେ ଅଛି ସୁବର୍ଣ୍ଣ ସୁଯୋଗ । ନିଜର ମନପସନ୍ଦର କାମ ତଥା ଅଭ୍ୟାସ ସହ କ୍ୟାରିୟରକୁ ପାଇଁ ବି କିଛି କରିପାରିବେ । କମ୍ପାନି ଗୁଡ଼ିକ ଖାସ କରି ପ୍ରଡ଼କ୍ଟର ଲଚିଂ, ଗ୍ରାହକଙ୍କ ସହ ଯେଗାଯୋଗ ଓ ରିସର୍ଚ୍ଚ ପାଇଁ ମିଡ଼ିଆ ବିଶେଷଜ୍ଞ ନିଯୁକ୍ତ କରନ୍ତି । ତେବେ ସୋସିଆଲ ମିଡ଼ିଆରେ କିପରି କ୍ୟାରିୟର କରିବେ ସେ ନେଇ ଆଲୋଚନା କରିବା ।

ଯୁବଗୋଷ୍ଠୀଙ୍କ ପାଇଁ ଲିଙ୍କଡ଼ଇନ୍ ପରି ନାମୀ ଦାମୀ ସାଇଟରେ ମଧ୍ୟ ଚାକିରିର ଭଲ ସୁଯୋଗ ରହିଛି । ଲିଙ୍କଡ଼ଇନରେ ଲୋକେ ସୋସିଆଲ ମିଡ଼ିଆ ଏକ୍ସପର୍ଟ ହୋଇ ନିଜର ବିଷୟରେ ସୂଚନା ଦେଉଛନ୍ତି । ଅନୁମାନ କରାଯାଉଛି, ସୋସିଆଲ ମିଡ଼ିଆରେ ଚାକିରି କରିବା ପାଇଁ ଏବେ ପର୍ଯ୍ୟନ୍ତ ସାରା ଦୁନିଆରେ ୫୦ ଲକ୍ଷରୁ ଅଧିକ ଲୋକ ନିଜର ପ୍ରୋଫାଇଲ ଅପଡ଼େଟ୍ କରିଛନ୍ତି । ସୂଚନା ଅନୁସାରେ ବିଗତ ୬/୭ ବର୍ଷରେ ଏହି କ୍ଷେତ୍ରରେ ଚାକରି ସୁଯୋଗ ଅଧିକ ସୃଷ୍ଟି ହୋଇଛି ।

ସୋସିଆଲ ମିଡ଼ିଆ ପ୍ରତି ବଢ଼ୁଥିବା ଆଗ୍ରହକୁ ନଜରରେ ରଖି ବିଭିନ୍ନ ସଂସ୍ଥାନ ଏଥିପାଇଁ ଅନେକ କୋର୍ସ ମଧ୍ୟ ଆରମ୍ଭ କରୁଛନ୍ତି । ନିକଟରେ ଇଂଟରନେଟ୍ ଆଣ୍ଡ ମୋବାଇଲ ଆସୋସିଏସନ୍ ଇଣ୍ଡିଆ ବୈଟ ମିଡ଼ିଆ ପ୍ରାଇଭେଟ୍ ଲିମିଟେଡ଼୍ ସହ ମିଶି ଭାରତର ପ୍ରଥମ ସୋସିଆଲ ମିଡ଼ିଆ କୋର୍ସ ଆରମ୍ଭ କରିଛନ୍ତି । ଏହା ବ୍ୟତୀତ ବଜାରେ ମିଡ଼ିଆ ଏକ୍ସପର୍ଟଙ୍କ ଚାହିଦା ଦେଖି ଆଇଆଇଏମ୍ ଓ ଆଇଏସବି ପରି ବିଜିନେସ ସ୍କୁଲ ମଧ୍ୟ ସୋସିଆଲ ମିଡ଼ିଆ ଉପରେ କୋର୍ସ ତିଆରି କରୁଛନ୍ତି । ଅନ୍ୟପଟ ଏନଆଇଆଇଟତ ଏମ୍ପୋରିୟା ସୋସିଆଲ ମିଡ଼ିଆ ଉପରେ ଏନଭାନ୍ସଡସ଼ ପ୍ରୋଗାମ ଆରମ୍ଭ କରୁଛନ୍ତି ।

ଫେସବୁକ, ଟ୍ୱିଟର, ୟୁଟ୍ୟବ୍ ପରି ସୋସିଆଲ ନେଟୱ୍ୱର୍କିଂ ସାଇଟର ନାମ ସମସ୍ତଙ୍କ ମୁହଁରେ ଥାଏ । ଏହା ବ୍ୟତୀତ ଲିଙ୍କଡ଼ଇନକୁ ବ୍ୟବହାରିକ ଦୃଷ୍ଟିକୋଣରୁ ଅଧିକ ଉଚ୍ଚତର କୁହାଯାଏ । ସୋସିଆଲ ମିଡ଼ିଆରେ ବ୍ୟବହାର ଯେପରି ବଢ଼ିବାରେ ଲାଗିଛି, ସେହି ମିଡ଼ିଆ ଏକ୍ସପର୍ଟ ମଧ୍ୟ ଦରକାର ପଡ଼ୁଛନ୍ତି । ସୋସିଆଲ ମିଡ଼ିଆରେ କ୍ୟାରିୟର କରିବା ପାଇଁ ଚାହୁଁଥିବା ବ୍ୟକ୍ତି ଗୁଗଲ, ଫେସବୁକ୍, ଲିଙ୍କଡ଼ଇନ୍, ଟ୍ୱିଟର ବ୍ୟତୀତ ଅନ୍ୟ ମୋବାଇଲ, ଇଲୋକ୍ଟ୍ରୋନିକ୍ସ ଓ ଆଇଟି କ୍ଷେତ୍ରରେ ମଧ୍ୟ କାମ କରିପାରିବେ ।