ସୁନାର ଚାହିଦା ସବୁବେଳେ ରହିଛି । ଏଥିଯୋଗୁଁ ସୁନାର ଚାହିଦାକୁ ଦେଖି ଏବେ ଚାରିଆଡେ ସୁନା ଦୋକାନ ଦେଖିବାକୁ ମିଳୁଛି । ଧନତେରସ୍ ଅବସରରେ ହଜାର ହଜାର ଲୋକେ ସୁନା କିଣନ୍ତି । ଏହି ଦିନକୁ ସୁନା କିଣିବା ଶୁଭ କୁହାଯାଏ । କିନ୍ତୁ ଏବେ ଦେଖାଯାଉଛି ସୁନା କିଣାବିକା ସମୟରେ ଲୋମାନେ ଅନେକ ସମୟରେ ଠକାମୀର ଶିକାର ହେଉଛନ୍ତି । ତେବେ ଏପରି ସ୍ଥଳେ ଆପଣ କିପରି ଚିହ୍ନିବେ ସୁନା ଅସଲି କିମ୍ବା ନକଲି . . .

Advertisment

ସୁନାର ଶୁଦ୍ଧତା କିପରି ଜାଣିବେ ?

ସବୁଠାରୁ ଶୁଦ୍ଧ ସୁନା ୨୪ କ୍ୟାରେଟର ହୋଇଥାଏ । କିନ୍ତୁ ଏତିରେ କେବେ ବି ଅଳଙ୍କାର ତିଆରି ହୋଇପାରେନାହିଁ । ସୁନାକୁ ଭିନ୍ନ ଭିନ୍ନ ଅକାରରେ ଆଣିବା ପାଇଁ ସେୁନାରେ ମେଟାଲ ମିଶ୍ରଣ କରାଯାଏ । ଏଥିପାଁଇ ବଜାରରେ ୨୩,୨୨ ଓ ୧୮ କ୍ୟାରେଟର ଅଳଙ୍କାର ମିଳେ । ଆପଣ ଅଳଙ୍କାର ଉପରେ ଲିଖିତ ହଲମାର୍କ ସୁନାର କ୍ୟାରେଟର ଚିହ୍ନଟ କରି ପାରିବେ ।

publive-image

୨୪ କ୍ୟାରେଟ - ୯୯.୯ ପ୍ରତିଶତ ସୁନା

୨୩ କ୍ୟାରେଟ - ୯୫.୮ ପ୍ରତିଶତ ସୁନା

୨୨ କ୍ୟାରେଟ - ୯୧.୬ ପ୍ରତିଶତ ସୁନା

୨୧ କ୍ୟାରେଟ - ୮୭.୫ ପ୍ରତିଶତ ସୁନା

୧୮ କ୍ୟାରେଟ - ୭୫.୦ ପ୍ରତିଶତ ସୁନା

୧୭ କ୍ୟାରେଟ - ୭୦.୮ ପ୍ରତିଶତ ସୁନା

୧୪ କ୍ୟାରେଟ - ୫୮.୫ ପ୍ରତିଶତ ସୁନା

୯ କ୍ୟାରେଟ -  ୩୭.୫ ପ୍ରତିଶତ ସୁନା

publive-image www.ndtv.com

୧. ନକଲି ସୁନା ପାଣିରେ ହାଲୁକା ଭାବେ ଭାସେ କିନ୍ତୁ ଅସଲି ସୁନା ପାଣିରେ ବସିଯାଏ ଏବଂ ସେଥିରେ କେବେ କଳଙ୍କି ଲାଗେ ନାହିଁ ।

୨. ଝାଳ ସଂସ୍ଫର୍ଶରେ ଆସିଲେ ଅସଲି ସୁନା କେବେ ଗନ୍ଧ ହୁଏ ନାହିଁ, କିନ୍ତୁ ନକଲି ସୁନାରୁ କଏନ ପରି ଗନ୍ଧ ଆସେ ।

୩. ନକଲି ସୁନା ପିନ୍ଧିଲେ କଳା କିମ୍ବା ସବୁଜ ରଙ୍ଗର ଦାଗ ଦେଖାଯାଏ ।

୪. ଯଦି ସୁନା ଚୁମ୍ବକ ଆଡକୁ ଆକର୍ଷିତ ହେଉଛି, ତେବେ ଜାଣିପାରିବେ ସୁନାରେ ମିଶ୍ରଣ ହୋଇଛି ।

୫. ଏହାବ୍ୟତୀତ ସୁନା ଗହଣା କିଣିବା ସମୟରେ ହଲମାର୍କ ଦେଖି ହିଁ ସୁନା କିଣନ୍ତୁ ।