ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର : ପୋଲିସଙ୍କୁ କୃତଜ୍ଞତା ଜଣାଇଲେ ସେଲିବ୍ରିଟି

619

କନକ ବ୍ୟୁରୋ : ପୋଲିସଙ୍କୁ କୃତଜ୍ଞତା ଜଣାଇଲେ ସେଲିବ୍ରିଟି । ହାଇଦ୍ରାବାଦ ପଶୁ ଡାକ୍ତରାଣୀଙ୍କୁ ଗଣଦୁଷ୍ମର୍ମ କରିବା ପରେ ତାଙ୍କୁ ହତ୍ୟା କରିଥିବା ୪ ଅଭିଯୁକ୍ତ ପୋଲିସ ଏନକାଉଣ୍ଟର କରିଛି । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶରେ ଆଶ୍ୱସ୍ତି ଖେଳିଯାଇଛି। ଘଟଣାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମିଳିଛି । ପୋଲିସକୁ ଏହି ମହାନ କାର୍ଯ୍ୟ ପାଇଁ ସମ୍ମାନ ମିଳିବା ଦରକାର ବୋଲି କୁହାଯାଉଛି। ପୋଲିସର ଏହି କାର୍ଯ୍ୟ ପାଇଁ ସେଲିବ୍ରିଟି ମାନେ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି । ଅଭିନେତା  ଅନୁପମ ଖେର, ଋଷି କପୁର, ଦକ୍ଷିଣ ଭାରତୀୟ ଅଭିନେତା ଜୁନିୟର ଏନଟିଆର ପ୍ରମୁଖ ସୋସିଆଲ ମିଡିଆରେ ପୋଲିସକୁ ଶୁଭେଚ୍ଛା ଜଣାଇଛନ୍ତି ।

ଅନୁପମ ଖେର କହିଛନ୍ତି, ତେଲେଙ୍ଗାନା ପୋଲିସ ଜୟ ହୋ । ଏବେ ଯେଉଁମାନେ ଡାକ୍ତରାଣୀଙ୍କ ନ୍ୟାୟ ପାଇଁ ସ୍ୱର ଉତ୍ତୋଳନ ସେମାନେ ସମସ୍ତେ ଏକ ସଙ୍ଗରେ କୁହନ୍ତୁ ଜୟ ହୋ । ଏପରି ନିନ୍ଦନୀୟ ଘଟଣା ଘଟାଇଥିବା ଅପରାଧୀଙ୍କୁ ପୋଲିସ ଉଚିତ ଦଣ୍ଡ ଦେଇଥିବା ସେ କହିଛନ୍ତି ।

ସେହିପରି ବଲିଉଡ଼ ଅଭିନେତା ଋଷି କପୁର ମଧ୍ୟ ତେଲେଙ୍ଗାନା ପୋଲିସଙ୍କୁ ପ୍ରଶଂସା କରି ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପଟେ ଫିଲ୍ମ ମେକର ଅଶୋକ ପଣ୍ଡିତ କହିଛନ୍ତି, ତେଲେଙ୍ଗାନା ପୋଲିସ ଉପରେ କୈାଣସି ପ୍ରଶ୍ନ ଉଠିବା ଉଚିତ ନାହିଁ । ଦୁଷ୍କର୍ମକାରୀ ଓ ହତ୍ୟାକାରୀଙ୍କୁ ଉଚିତ ଦଣ୍ଡ ଦେଇଛି ପୋଲିସ । କେବଳ ଏତିକି ନୁହେଁ ପୋଲିସକୁ ଏହି ମହାନ କାର୍ଯ୍ୟ ପାଇଁ  ସମ୍ମାନ ଉଚିତ ବୋଲି ସେ କହିଛନ୍ତି ।