ଖାକି ବର୍ଦ୍ଦିକୁ ସଲାମ୍ : ଦୁଷ୍କର୍ମକାରୀଙ୍କୁ ସଜା ଦେଲା ପୋଲିସ୍, ଫୁଲ ପକାଇ, ମିଠା ଖୁଆଇ ପୋଲିସକୁ କୃତଜ୍ଞତା ଜଣାଇଲେ ଜନତା

2,166

କନକ ବ୍ୟୁରୋ : ପୋଲିସଙ୍କ ଉପରେ ଫୁଲ ପଡ଼ୁଛି । ପୋଲିସଙ୍କୁ ମିଠା ଖୁଆଉଛନ୍ତି । ସକାଳୁ ଏନକାଉଣ୍ଟର ଖବର ଆସିବା ପରେ ସେହି ସ୍ଥାନରେ ଲୋକଙ୍କ ପ୍ରବଳ ଭିଡ ଜମିଛି । ପୋଲିସ ଜିନ୍ଦାବାଦ୍ ନାରାରେ କମ୍ପୁଛି ପୁରାସ୍ଥାନ। ଦିଶାଙ୍କୁ ନ୍ୟାୟ ମିଳିବା ପରେ ପୀଡ଼ିତାଙ୍କ ପରିବାର ସମେତ ଜନତା ଖୁବ ଖୁସି ଅଛନ୍ତି । ପୋଲିସଙ୍କୁ କୃତଜ୍ଞତା ଜଣାଉଛନ୍ତି ଲୋକେ । ବର୍ବରତାର ସୀମା ଟପିଥିବା ସଇତାନ ମୃତ୍ୟୁ ପରେ ଦେଶବାସୀ ଖୁବ୍ ଖୁସି । ୪ ଅଭିଯୁକ୍ତଙ୍କ ମୃତ୍ୟୁ ପରେ ଦେଶରେ ଆଶ୍ୱସ୍ତି ଖେଳିଯାଇଛି ।

ଯେଉଁଠି ଦୁଷ୍କର୍ମ କରିଥିଲେ ସେଇଠି ମଲେ ଅଭିଯୁକ୍ତ । ହାଇଦ୍ରାବାଦ ମହିଳା ଡାକ୍ତର ଗଣବଳାତ୍କାର ଓ ହତ୍ୟା ମାମଲାର ୪ ମୁଖ୍ୟ ଅଭିଯୁକ୍ତଙ୍କୁ ଅଧିକ ତଦନ୍ତ ନିମନ୍ତେ ସମସ୍ତ ଅଭିଯୁକ୍ତଙ୍କୁ ଗୁରୁବାର ରାତିରେ ଘଟଣାସ୍ଥଳକୁ ନିଆଯାଇଥିଲା। ହେଲେ ସେଠାରୁ ସେମାନେ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲେ। ଫଳରେ ପୋଲିସ ଅଭିଯୁକ୍ତଙ୍କ ଉପରକୁ ଗୁଳି ଚଳାଇଥିଲା। ଆଉ ଘଟଣାସ୍ଥଳରେ ଟଳିପଡ଼ିଥିଲେ ସଇତାନ୍ ।