ହାଇଦ୍ରାବାଦ ଡାକ୍ତରାଣୀ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା : ଏନକାଉଣ୍ଟରରେ ୪ ଅଭିଯୁକ୍ତଙ୍କ ମୃତ୍ୟୁ, ଖସି ପଳାଇବାକୁ କରୁଥିଲେ ଉଦ୍ୟମ

1,722

କନକ ବ୍ୟୁରୋ : ସଇତାନଙ୍କୁ ମିଳିଲା ଉଚିତ୍ ଦଣ୍ଡ । ଏନକାଉଣ୍ଟରରେ ସଫା ହେଲେ ଦୁଷ୍କର୍ମକାରୀ । ହାଇଦ୍ରାବାଦ ଡାକ୍ତରାଣୀଙ୍କ ୪ ଗଣଦୁଷ୍କର୍ମକାରୀଙ୍କୁ ଏନକାଉଂଟର କରିଛି ପୁଲିସ । ତେବେ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତମାନେ ପୁଲିକ କବଳରୁ ଖସି ପଳାଉଥିବା ବେଳେ ପୁଲିସ ତାଙ୍କୁ ଏନକାଉଂଟର କରିଛି ।

ହାଇଦ୍ରାବାଦ ୪୪ ନମ୍ବର ଜାତୀୟ ରାଜପଥରେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ପୋଲିସ ଅଭିଯୁକ୍ତଙ୍କୁ ପୁରା ଘଟଣାର ଡେମୋ ଦେଖାଇବା ପାଇଁ ଘଟଣାସ୍ଥଳକୁ ଆଣିଥିଲା । ଆଉ ସେତିକିବେଳେ ପୁଲିସ କବଳରୁ ଖସି ଯିବାକୁ ଉଦ୍ୟମ କରିଥିଲେ ଅଭିଯୁକ୍ତ । ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରି ଚେତନାପାଲ୍ଲୀର  ଓଭରବ୍ରିଜ ପାଖରେ ପୁଲିସ ଏନକାଉଂଟର  କରିଛି ।

ଗତ ସପ୍ତାହରେ ଡାକ୍ତରାଣୀ ଘରକୁ ଫେରୁଥିବା ବେଳେ ତାଙ୍କୁ ଯୋଜନବଦ୍ଧ ଭାବେ ଅଭିଯୁକ୍ତମାନେ ଗଣଦୁଷ୍କର୍ମ କରିଥିଲେ । ଦୁଷ୍କର୍ମକାରୀ ଯୁବତୀଙ୍କୁ ଜୋରଜବରଦସ୍ତ ମଦ ପିଆଇ ତାଙ୍କ ସହ ଦୁଷ୍କର୍ମ କରିବା ପରେ ଏକ ଟ୍ରକରେ ନେଇ ଅନ୍ୟଏକ ସ୍ଥାନରେ ପୋଡି ଦେଇଥିଲେ ।