ଫେସବୁକ, ଇନଷ୍ଟାଗ୍ରାମ ଓ ହ୍ୱାଟସଆପରେ ପଢ଼ନ୍ତୁ ବନ୍ଧୁ ପରିଜନଙ୍କ ମେସେଜ ! କିନ୍ତୁ ବିଲକୁଲ ଜାଣିପାରିବେ ନାହିଁ ପଠାଇଥିବା ଲୋକ, ଜାଣନ୍ତୁ ଏହାର ସରଳ ଉପାୟ

90

ବର୍ତ୍ତମାନ ସମୟରେ ଲକ୍ଷ ଲକ୍ଷ ଲୋକ ମେସେଜ ଜରିଆରେ ନିଜ ସାଙ୍ଗ, ପରିବାର ଓ ଅଫିସର ଲୋକଙ୍କ ସହ ଯୋଡ଼ି ହେଉଛନ୍ତିି । ମେସେଞ୍ଜରରେ ଆମେ ଟେକ୍ସଟ, ଅଡ଼ିଓ, ଭିଡ଼ିଓ ଓ ଫଟୋ ମାଧ୍ୟମରେ ଜଣେ ଜଣଙ୍କ ସହ କଥା ହୁଅନ୍ତି । ଏପରିସ୍ଥଳେ ବଢ଼ୁଥିବା ଦାବିକୁ ଦୃଷ୍ଟିରେ ରଖି କମ୍ପାନୀଗୁଡ଼ିକ ନିଜ ନିଜ ଆପରେ ନିୟମିତି ରୂପରେ ଫିଚର ଅପଡ଼େଟ୍ କରୁଛନ୍ତି । ତେବେ ବାରମ୍ବାର ପରିବର୍ତ୍ତନ ଯୋଗୁଁ ୟୁଜର ମଧ୍ୟ ବେଳେବେଳେ ଅସୁବିଧାରେ ପଡ଼ୁଛନ୍ତି । ଏହି ଅସୁବିଧା ଭିତରେ ଗୋଟିଏ ହେଲା ରିଡ଼୍ ରିିସିପ୍ଟ । ଏହାର ଅର୍ଥ ହେଲା ଆପଣ କାହାର ମେସେଜ ପଢ଼ିଲେ, ସାମ୍ନା ଜଣକ ଜାଣିପାରନ୍ତି ଯେ ଆପଣ ତାଙ୍କ ମେସେଜ ପଢ଼ିଛନ୍ତି । ଆଉ ଏପରି ହେଲେ ରିପ୍ଲାଇ ଦେବା ମଧ୍ୟ ଏକ ବଡ଼ ସମସ୍ୟା ସୃଷ୍ଟି କରେ । ଅନେକ ଥର ମନ ନଥିଲେ ମଧ୍ୟ ଆମକୁ ବାଧ୍ୟ ହୋଇ ରିପ୍ଲାଇ ଦୋବକୁ ପଡ଼େ । ତେବେ ଏପରି ସମସ୍ୟାରୁ ରକ୍ଷା ପାଇବା ପାଇଁ ମଧ୍ୟ ରହିଛି ଉପାୟ । ଯେଉଁଠି ଆପଣ ସମସ୍ତଙ୍କ ମେସେଜ ପଢ଼ିପାରିବେ, ଆଉ ସେମାନଙ୍କୁ ପତ୍ତା ବି ଲାଗିବ ନାହିଁ ।

ଫେସବୁକ –

facebook
ଫେସବୁକ ପାଇଁ ଏକ ଉପାୟ ଅଛି, ଯଦ୍ୱାରା ଏପରି ଅସୁବିଧାରୁ ଆପଣଙ୍କୁ ମୁକ୍ତି ମିଳିବ । ଏହି ଉପାୟ ଦ୍ୱାରା ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟସଆପର ମେସେଜ ପଢ଼ିଲେ ମଧ୍ୟ ଜାଣିପାରିବେ ନାହିଁ । ଆସନ୍ତୁ ଜାଣିବା ଏହାର ଏକ ସରଳ ଉପାୟ । ଫେସବୁକ ଆପରେ ରିଡ଼୍ ରିସିପ୍ଟକୁ ବନ୍ଦ କରିବାର କୌଣସି ବିକଳ୍ପ ଦିଆଯାଇ ନାହିଁ । କିନ୍ତୁ ଏକ ଉପାୟ ଜରିଆରେ ଆପଣ ମେସେଜ ପଢ଼ିପାରିବେ ଓ ମେସେଜ ପଠାଇଥିବା ଲୋକେ ଜାଣିପାରିବେ ନାହିଁ । ମେସେଞ୍ଜରରେ ମେସେଜ ପଢ଼ିବା ପୂର୍ବରୁ ଫୋନରେ ଏରୋପ୍ଲେନ ମୋଡ଼ ଅନ୍ କରିଦିଅନ୍ତୁ । ଏବେ ଆପକୁ ଯାଇ ଯେପରି ମେସେଜ ପଢ଼ିବା କଥା ପଢ଼ନ୍ତୁ । ଏହାପରେ ଆପର ବାହରକୁ ଆସନ୍ତୁ ଓ ମଲ୍ଟି ୱିଣ୍ଡୋ ସେକ୍ସନକୁ ଯାଇ ସ୍ୱାଇପ୍ ଜରିଆରେ ଆପକୁ ବନ୍ଦ କରିଦିଅନତୁ । ଏପରି କରିବା ଦ୍ୱାରା ଫୋନରେ ବ୍ୟାକଗ୍ରାଉଣ୍ଡରେ ଆପ ଚାଲିବା ବନ୍ଦ ହୋଇଯିବ । ଏବେ ନିଜ ଫୋନର ଏରୋପ୍ଲେନ୍ ମୋଡ଼ ବନ୍ଦ କରିଦିଅନ୍ତୁ । ଏପରି ହେଲେ ଆପଣଙ୍କ ଆକ୍ଟିଭିଟି ଗ୍ଦଚ୍ଚଦ୍ଭମ ହୋଇପାରିବ ନାହିଁ ଓ ମେସଜେ ପଠାଇଥିବା ବ୍ୟକ୍ତି ଜାଣିପାରିବେ ନାହିଁ ଯେ ଆପଣ ତାଙ୍କ ମେସଜ ପଢ଼ିଛନ୍ତି ।

ହ୍ୱାଟସଆପ୍ –
ପ୍ରଥମ ହ୍ୱାଟସଆପ୍ ସେଟିଂକୁ ଯାଆନ୍ତୁ । ତା’ପରେ go to accounts> privacy  ଯାଇ  Turn of Receipts  ଅନ କରିଦିଅନ୍ତୁ । ଏପରି କରିବା ଦ୍ୱାରା ଏବେ ସାମ୍ନାରେ ଥିବା ଲୋକଙ୍କୁ ଜଣାପଡ଼ିବ ନାହିଁ କି ଆପଣ ତାଙ୍କ ମେସେଜ ପଢ଼ିଛନ୍ତି । ତେବେ ଏପରି କରିବା ଦ୍ୱାରା ଆପଣ ବି ଜାଣିପାରିବେ ନାହିଁ, ଆପଣ ମେସଜ ପଠାଇଥିବା ଲୋକ ମେସେଜ ପଢ଼ିଛି କି ନାହିଁ ।

ଇନଷ୍ଟାଗ୍ରାମ –


ଇନଷ୍ଟାଗ୍ରାମରେ ‘Read Receipt’ ’ କୁ ବନ୍ଦ କରିବା ପାଇଁ କୌଣସି ଭିନ୍ନ ବିକଳ୍ପ ନାହିଁ । ଇନଷ୍ଟାଗ୍ରାମରେ ମଧ୍ୟ ଫେସବୁକ ପରି ଉପାୟ ଆପଣାଇବା ପାଇଁ ପଡ଼ିବ । ଏଠାୋ ମଧ୍ୟ ଆପଣଙ୍କୁ ମେସେଜ ପଢ଼ିବା ପୂର୍ବରୁ ଏରୋପ୍ଲେନ୍ ମୋଡ଼୍ ଅନ୍ କରିବା ପାଇଁ ପଡ଼ିବ ।

ଟ୍ୱିଟର –


ଟ୍ୱିଟରରେ ଡାଇରେକ୍ଟ ମେସେଜରେ ଆପଣ ଏହି ଫିଚରର ବ୍ୟବହାର କରିପାରିବେ । ଆପ ସେଟିଂକୁ ଯାଇ ପ୍ରାଇଭେସିରେ ଡାଇରେକ୍ଟ ମେସେଜ ଯାଆନ୍ତୁ । ଆଉ ସେଠାରେ Read Receipt ବନ୍ଦ କରିଦିଅନ୍ତୁ ।