ଆପଣ କୌଣସି ବି ମୋବାଇଲର କଲ ଡିଟେଲ୍ ମାତ୍ର କିଛି ମିନିଟରେ ପତ୍ତା କରିପାରିବେ । ଏଥିପାଇଁ ଆପଣଙ୍କୁ କେବଳ ମୋବାଇଲରେ ଏକ ଆପ୍ ଡାଉନଲୋଡ଼୍ କରିବା ପାଇଁ ପଡ଼ିବ । ଯେଉଁ ମୋବାଇଲରେ କଲ ଡିଟେଲ୍ ଆପଣ ଚାହାନ୍ତି, ସେଥିରେ ଏହି ଆପ୍ ଡାଉନଲୋଡ଼୍ କରିବା ପାଇଁ ପଡ଼ିବ । ଉକ୍ତ ଆପ୍ ଜରିଆରେ ଆପଣ ୭ ଦିନରୁ ଆରମ୍ଭ କରି ୩୦ ଦିନ ପର୍ଯ୍ୟନ୍ତ କଲ ଡିଟେଲ୍ ପାଇପାରିବେ । ଇମଲେ ଜରିଆରେ ଆପଣଙ୍କୁ ମିଳିବ କଲ୍ ଡିଟେଲ୍ । ପିଡ଼ିଏଫ୍ ଫାଇଲରେ ଏହା ଉପଲବ୍ଧ ହେବ । ଆପରେ ଦେଇଥିବା ଠିକଣାରେ ହିଁ ଆସିବ କଲ୍ ଡିଟେଲ୍ । ଗୁଗଲ ପ୍ଲେଷ୍ଟୋରରେ ଏହି ଆପ୍ ମାଗଣାରେ ଗୁଗଲ ପ୍ଲେଷ୍ଟୋରରୁ ଡାଉନଲୋଡ଼୍ କରାଯାଇପାରିବ । ଡାଉନଲୋଡ଼୍ କରିବା ପରେ ଆପଣଙ୍କୁ କିଛି ଅନୁମତି ଦେବାକୁ ପଡ଼ିବ । ଅନୁମତି ଦେବା ପରେ କିଛି ମିନଟରେ ହିଁ କଲ ଡିଟେଲ ପାଇପାରିବେ ।

Advertisment

publive-image

କେମିତି କାମ କରିବ ଏହି ଆପ୍ ?
- ଫୋନରେ ଆପ୍ ଇନଷ୍ଟୋଲ କରିବା ପରେ ଯେଉଁ ନମ୍ବରର କଲ ଡିର୍ଲେ୍ ବାହର କରିବାର ଅଛି , ସେହି ନମ୍ବର ଦେବାକୁ ପଡ଼ିବ ।

- ପ୍ରାଇଭେସି ପାଇଁ ୟୁଜରକୁ କିଛି ବିଷୟରେ ଅନୁମତି ଦେବା ପରେ ଆପ୍ କାମ ଆରମ୍ଭ କରିବ ।

- ଲଗ୍ ଇନ୍ ସମୟରେ ବ୍ୟବହୃତ ହୋଇଥିବା ଆଇଡ଼ିକୁ ଆସିବ ସମସ୍ତ ବିବରଣୀ । ଏଥିରେ ସମୟ , ତାରିଖ ଓ କଲର ସମୟସୀମା ବିଷୟରେ ପୁରା ବିବରଣୀ ରହିବ ।

- ଆପ୍ ଜରିଆରେ ୭ ଦିନ ଠାରୁ ୩୦ ଦିନ ପର୍ଯ୍ୟନ୍ତ କଲ ଡିଟେଲ ବାହାର କରିହେବ ।

Recharge Plans & Prepaid Bill (mubble app) ଆପ ବିଷୟରେ ଜାଣନ୍ତୁ ?

- mubble app ଏକ ଆଣ୍ଡ୍ର୍ରଏଡ଼୍ ଆପ୍ ଅଟେ । ଏହାର ଆକାର ହେଲା ୪.୪୯ ଏମବି ।

- ଏହି ଆପକୁ Recharge Plans & Prepaid Bill ମଧ୍ୟ କୁହାଯାଏ ।

- ଏହି ଆପ୍ ୪.୨ କିମ୍ବା ଏଥିରୁ ଉପର ଆଣ୍ଡ୍ରଏଡ଼୍ ଅପରେଟିଂ ସିଷ୍ଟମ ଉରେ କାମ କରେ ।

- ଏହି ଆପକୁ ବିକଶିତ କରିଥିବା ଦାବି କରିଛନ୍ତି Airtel, Vodafone, Idea, JIO, BSNL, Aircel, Reliance, Docomo ବ୍ୟତୀତ ଅନ୍ୟ ଟେଲିକମ୍ ଅପରେଟର  ନମ୍ବରର ଡିଟେଲ ବାହାର କରିହେବ ।

- ଗ୍ରାହକ ଏହି ଆପ୍ ଜରିଆରେ ବାଲାନ୍ସ ଇ ଡାଟା ମଧ୍ୟ ଚେକ୍ କରିପାରିବେ ।

- ଡାଟା ବାଲାନ୍ସ ଶେଷ ହୋଇଆସିଲେ ଏହା ମନେପକାଇଦିଏ ।