ମାଗଣା ୱାଇଫାଇ ଚଳାଇବା ପାଇଁ ଚାହୁଁଛନ୍ତି କି ? ଆପଣାନ୍ତୁ ୩ଟି ଉପାୟ . . .

205

ଆଜିକାଲି ସମସ୍ତେ ଫୋନରେ ଦିନିକିଆ ୧ ଜିବି କିମ୍ବା ୨ଜିବି ଡାଟା ପ୍ୟାକର ଯୋଜନା ବ୍ୟବହାର କରୁଛନ୍ତି । ବିଭିନ୍ନ ଟେଲିକମ୍ କମ୍ପାନୀ ଗୁଡ଼ିକ ଶସ୍ତାରେ ଗ୍ରାହକଙ୍କୁ ଡାଟା ପ୍ଲାନ ଯୋଗାଉଛନ୍ତି । ଗ୍ରାହକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ପ୍ରତିଦିନ ନୂଆଁ ନୂଅାଁ ଅଫର ଉପସ୍ଥାପନ ହେଉଛି । ତଥାପି ମାଗଣା ୱାଇଫାଇ ଚଳାଇବାର ମଜା ଭାରି ନିଆରା । ଆଉ ମାଗଣା ୱାଇଫାଇ ଚଳାଇବା ପାଇଁ କିଏ ବା ନଚାହେଁ । କାରଣ ସବୁବେଳେ ମୋବାଇଲରେ ଡାଟା ପ୍ୟାକ୍ ପଡ଼ିଥିବ ବୋଲି କିଛି ଜରୁରୀ ନଥାଏ । ବେବେଳବଳେ ଫୋନରେ ଡାଟା ପ୍ୟାକ୍ ଶେଷ ହୋଇଯାଏ । ଏପରିସ୍ଥଳେ ମାଗଣାରେ କିପରି ୱାଇ-ଫାଇ ବ୍ୟବହାର କରିପାରିବେ ଆସନ୍ତୁ ଜାଣିବା ।

Instabridge –

ଇନଷ୍ଟାବ୍ରିଜ ଏକ ଏପରି ଆପ୍ ଯାହାଦ୍ୱାରା ଆପଣ ପବ୍ଲିକ ୱାଇଫାଇ ସହ ଯୋଡ଼ି ହୋଇପାରିବେ । ଏହି ଆପର ବିଶେଷତ୍ୱ ହେଲା ସବୁଠାରୁ ଅଧିକ ବେଗରେ ନେଟୱର୍କ ସହ କନେକ୍ଟ ହୁଏ । ଏହା ବ୍ୟତୀତ ଯଦି ଆପଣଙ୍କୁ ନେଟୱର୍କ ମିଳୁନାହିଁ, ତେବେ ଏହି ଆପ୍ ଯୋଗୁଁ ଆପେ ଆପେ ମୋବାଇଲ ନେଟୱର୍କ ଆସିଯାଏ ଯଦ୍ୱାରା କନେକ୍ଟେିଭିଟି ଜାରି ରହିବ ।

 

WIFI

 

Facebook –

ଆପଣ ନିଜ ଫେସବୁକ ଆପରୁ ମଧ୍ୟ ମାଗଣା ୱାଇଫାଇ ସମ୍ମନ୍ଧରେ ଜାଣିପାରିବେ । ଏଥିପାଇଁ ଫେସବୁକ୍ ଆପର ଡ଼ାହାଣ ପଟରେ ଦେଖାଯାଉଥିବା ତିନୋଟି ବିନ୍ଦୁ ଉପରେ କ୍ଲିକ୍ କରନ୍ତୁ । ଏପରି କରିବା ପରେ ତଳକୁ ସ୍କ୍ରଲ କରିବା ପରେ ୱାଇ-ଫାଇ ଅପ୍ସନ ଦେଖାଯିବ । ତା’ଉପରେ କ୍ଲିକ୍ କଲେ ଆପଣଙ୍କୁ ମାଗଣା ୱାଇଫାଇର ପୁରା ତାଲିକା ନଜର ଆସିବ ।

WeFi –

WeFi ଆପ୍ ଆପଣଙ୍କୁ ପାଖାପାଖି ୱାଇଫାଇ ବିଷୟରେ ଖୁବ ସହଜରେ ଜଣାଇ ପାରିବ । ଏହାର ବିଶେଷତ୍ୱ ହେଲା ଯଦି ଆପଣ ଏହି ଆପ୍ ଆପଣଙ୍କ ଫୋନରେ ଅଛି, ତେବେ ଫୋନ ଆପେ ଆପେ ମାଗଣା ୱାଇଫାଇ କନେକ୍ଟ କରିନେବ । ଏଥିପାଇଁ ଆପଣଙ୍କୁ କିଛି ଖର୍ଚ୍ଚ କରିବା ପାଇଁ ପଡ଼ିବ ନାହିଁ । ଏହି ଆପକୁ ପ୍ଲେ-ଷେଟାରେ ମାଗଣାରେ ଡାଉନଲୋଡ଼୍ କରିପାରିବେ ।