ଆପଣ ଏସବିଆଇର ଗ୍ରାହକ କି ? ଘରେ ବସି ଆକ୍ଟିଭ କରିପାରିବେ ନୂଆ ଏଟିଏମ୍ ଓ ପାସୱର୍ଡ଼

60

ଆପଣ ଭାରତର ବଡ଼ ବ୍ୟାଙ୍କ୍ ଏସବିଆଇର ଗ୍ରାହକ କି ? ଯଦି ହଁ ତେବେ ଆପଣଙ୍କ ପାଇଁ ଖୁସି ଖବର ହୋଇପାରେ । ଏବେ ଆପଣ ଘରେ ବସି ମଧ୍ୟ ଏସବିଆଇର ନିଜର ଏଟିଏମ୍ ପିନ୍ ଜେନେରେଟ୍ କରିପାରିବେ । ପ୍ରକୃତକଥା ହେଲା ଏବେ ପର୍ଯ୍ୟନ୍ତ କୌଣସି ବି ପ୍ରକାର ପିନ୍ ଅନଲାଇନ୍ ଜେନେରେଟ୍ କରିବା ପାଇଁ ଏସବିଆଇ ଅନୁମତି ଦେଇନଥିଲା । ଗ୍ରାହକଙ୍କ ପାଖକୁ ଏସବିଆଇ ତରଫରୁ ପିନକୁ ପୋଷ୍ଟାଲ ଆଡ୍ରେସ ମାଧ୍ୟମରେ ପଠାଯାଏ । ଏହା ପୂର୍ବରୁ ଆପଣ ଏହି ପିନକୁ ବ୍ୟବହାର କରିପାରିବେ ନାହିଁ । ତେବେ ଏପରି ଅସୁବିଧା ଦୂର କରିବା ପାଇଁ ଏସବିଆଇ ଏକ ବଡ଼ ନିଷ୍ପତି ନେଇଛି । ଏସବିଆଇ ଅନଲାଇନ୍ ଜରିଆରେ ଆପଣ ଘରେ ବସି ବସି ୫ ମିନିଟରେ ଏସବୁ କରିପାରିବେ । ଏପରି କରିବା ଦ୍ୱାରା ଆପଣଙ୍କ ସମୟ ବଞ୍ଚିବ ଓ ବିନା କାରଣରେ ବ୍ୟାଙ୍କର ଚକ୍କର କାଟିବା ପାଇଁ ପଡ଼ିବ ନାହିଁ । ତେବେ ଆଜି ଆସନ୍ତୁ ଆଲୋଚନା କରିବା ଆପଣ ଏହି ସୁବିଧାର ଲାଭ କିପରି ଉଠାଇ ପାରିବେ ।

୧ – ଏହି ସୁବିଧାର ଲାଭ ଉଠାଇବା ପାଇଁ ପ୍ରଥମେ ଅନଲାଇନ୍ ଇଣ୍ଟରନେଟ୍ ବ୍ୟାଙ୍କିଂକୁ ଲଗଇନ୍ କରନ୍ତୁ । ଆଉ ସେଠାରେ ଇ-ସର୍ଭିସ ଉପରେ କ୍ଲିକ୍ କରନ୍ତୁ ।

୨-ଏବେ ଆପଣ ଏଟିଏମ କାର୍ଡ଼ ସର୍ଭିସ ଅପ୍ସନ ଉପରେ କ୍ଲିକ୍ କରନ୍ତୁ ।

୩- ତା’ପରେ ନ୍ୟୁ ଏଟିଏମ୍ କାର୍ଡ଼ ବଟନ ଉପରେ କ୍ଲିକ୍ କରନ୍ତୁ । ଯଦି ଆକାଉଂଟ ସିଲେକ୍ଟ ନକରନ୍ତି, ତେବେ କିଛି ବିଶେଷ ସୂଚନା ଓ ଏଟିିଏମ୍ କାର୍ଡ଼ ନମ୍ବର ଭରନ୍ତୁ ।

୪- ଏବେ ଆକ୍ଟିଭ୍ ବଟନ ଉପରେ କ୍ଲିକ୍ କରନ୍ତୁ । ଏହାପରେ କନଫର୍ମର ବିକଳ୍ପ ଆସିବ, ଯାହା ଉପରେ ଓକେ କରନ୍ତୁ ।

୫- ଏବେ ଆପଣଙ୍କୁ ସିକ୍ୟରିଟି ପାସୱର୍ଡ଼ ମାଗିବ, ଯାହା ଓଟିପି ରୂପରେ ଆପଣଙ୍କ ରେଜିଷ୍ଟ୍ରେଡ଼୍ ମୋବାଇଲ ନମ୍ବରକୁ ଆସିଯିବ । ତା’ପରେ ଆପଣ ଆଉ ଥରେ କନଫର୍ମ କିମ୍ବା ଓକେ କରନ୍ତୁ ।

୬- ଯଦି ପାସୱର୍ଡ଼ ଜେନେରେଟ୍ କରିବା ପାଇଁ ଚାହୁଁଛନ୍ତି, ତେବେ ତା’ ତଳେ ପାସୱର୍ଡ଼ ଅପ୍ସନ ମିଳିଯିବ । ମଗାଯାଇଥିବା ସୂଚନା ଭରି ପାସୱର୍ଡ଼ ଜେନେରେଟ୍ କରନ୍ତୁ ।

ଏହା ବ୍ୟତୀତ ୩ଟି ଦିଗ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ-

୧- ନେଟ ବ୍ୟାଙ୍କିଂ ଗ୍ରାହକ ହିଁ ଏହି ସୁବିଧାର ଲାଭ ଉଠାଇ ପାରିବେ ।

୨- ଏହା ବ୍ୟତୀତ ଏହି ସୁବିଧାର ଲାଭ ଉଠାଇବା ପାଇଁ ଖାତା ସହ ମୋବଇଲ ନମ୍ବର ଲିଙ୍କ୍ ହେବା ଦରକାର ।

୩- ଆଧାର ସହ ଲିଙ୍କ୍ କରାଇବା ମଧ୍ୟ ଜରୁରୀ ।