ଭାରତୀୟଙ୍କ ଉପରେ କେତେ ରହିଛି ମୁଣ୍ଡପିଛା ବିଦେଶୀ ଋଣ ! ଆସନ୍ତୁ ଜାଣିବା ଏହାର ଏକ ସବିଶେଷ ବିବରଣୀ

69

ଦିନ ଥିଲା ଭାରତକୁ ସୁନାର ଦେଶ କୁହାଯାଉଥିଲା ଏବଂ ପୁରା ବିଶ୍ୱ ଆମ ଦେଶ ଭାରତ ସହ ବେପାର ବଣିଜ କରିବା ପାଇଁ ଚାହୁଁଥିଲା । ଭାରତର ଏହି ଅପାର ଧନ ଯୋଗୁଁ ବହୁ ବିଦେଶୀ ଆକ୍ରମଣକାରୀ ଭାରତକୁ ଆକ୍ରମଣ କରିବାକୁ ଉତ୍ସାହିତ କରିଥିଲା । ଯେଉଁଠି ବିଟ୍ରିଶମାନେ ଭାରତକୁ ମନଇଚ୍ଛା ଲୁଟିଥିଲେ ଏବଂ ଏଥିଯୋଗୁଁ ଆଜି ଭାରତର ଅବସ୍ଥା ସର୍ମ୍ପକରେ ସବସ୍ତେ ଅବଗତ ।

ଭାରତକୁ ବିଦେଶରେ ଏକ ଗରିବ ଦେଶ ରୂପେ ବିବେଚନା କରାଯାଏ । ଆଜି ଏପରି ଅବସ୍ଥା ହୋଇଛି ଯେଉଁଠି ମାର୍ଚ୍ଚ ୨୦୧୬ ପର୍ଯ୍ୟନ୍ତ ଭାରତ ଉପରେ ୪୮୫.୬ ବିଲୟନ ଡଲାର ଋଣ ରହିଛି । ଯାହା ମାର୍ଚ୍ଚ ୨୦୧୫ ରେ ୪୭୫ ଶହ କୋଟି ଆମେରିକୀ ଡଲାର ଥିଲା ।

ଭାରତର ବିଦେଶୀ ଋଣ ଏହି ପ୍ରକାର –

ଆଜିଠାରୁ ୧୦ ବର୍ଷ ପୂର୍ବରୁ ୨୦୦୬-୦୭ରେ ଭାରତର ବିଦେଶୀ ଋଣ ଥିଲା ୧୭୨.୪ ଶହକୋଟି  ଆମେରିକୀ ଡଲାର ଯାହା ୨୦୧୦-୧୧ରେ ୩୧୭.୯ ଶହ କୋଟି ହୋଇଥିଲା । ତା’ପରେ ୨୦୧୬ରେ ୪୮୫.୬ ଶହ କୋଟି ଆମେରିକୀ ଡଲାର ହୋଇଛି ।

ଭାରତ ଉପରେ କେଉଁ ପ୍ରକାର ଋଣ ରହିଛି –

ଉପରେ କୁହାଯାଇଛି କି ଭାରତ ଉପରେ ୨୦୧୬ରେ ୪୮୪.୬ ଶହ କୋଟିର ଆମରିକୀ ଡଲାର ଋଣ ରହିଛି । ଯଦି ଏବେ ଡଲାରର ମୂଲ୍ୟ ୬୫ ଟଙ୍କା ହିସାବରେ କରାଯାଏ,ଏହି ହିସାବରେ ହେଉଛି ୩,୧୫,୬୪,୯୧୦୯ ଗୁଣନ ୧୦,୦୦,୦୦ ଟଙ୍କା ହେଉଛି । ଏବେ ଭାରତର ଜନସଂଖ୍ୟା ୧,୨୫୦୦,୦୦,୦୦୦ (୧୨୫ କୋଟି)

ଏବେ ପ୍ରତି ବ୍ୟକ୍ତି ଉପରେ ରହିଛି ଋଣ – ୩୧୫୬୪୯୧୦ ଗୁଣନ ୧୦୦୦୦୦/୧୨୫,୦୦,୦୦,୦୦୦

ଏହି ପ୍ରକାରେ ଭାରତର ପ୍ରତି ମୁଣ୍ଡ ପିଛା ଋଣ ହେଲା ୨୫୨୫୧ ଟଙ୍କା

ଭାରତର ସବୁଠାରୁ ଅଧିକ କେଉଁ ମୁଦ୍ରାରେ ଋଣ ନିଆ ଯାଇଛି-

ଏହି ଟେବୁଲରୁ ଜଣାପଡିଛି ଭାରତର ଋଣ ରାଶି ଡଲାରରେ ନିଆଯାଇଛି । ୨୦୧୦ରେ ଡଲାରରେ ନିଆ ଯାଇଥିବା ଋଣ ପୁରା ଋଣ ରାଶିର ୫୩.୨% ଥିଲା ଯାହା ୨୦୧୬ରେ ୫୭.୧% ହୋଇଯାଇଛି । ଡଲାରରେ ଋଣ ନେବାର କାରଣ ହେୁଛି ଅନ୍ତରାଷ୍ଟ୍ରୀୟ ବଗଜାରରେ ଡଲାର ବହୁତ ସୁବିଧାରେ ସ୍ୱୀକାର କରିନିଆଯାଏ । ଭାରତ ଏହାସହ ଭାରତ ନିଜ ମୁଦାରେ ନେଇଥିବା ଋଚ୍ଚର ମୂଲ୍ୟ ରହିଛି ୨୯ % ।

                                     ସୌଜନ୍ୟ – ଇନେକଷ୍ଟ ଲାଇଭ