ଶରୀରରେ କାହିିଁକି ହୁଏ ଧଳାଛଉ ! ଏଥିରୁ ବଞ୍ଚିବା ପାଇଁ କିଛି ଘରୋଇ ଉପାୟ

203

ସାଧାରଣତଃ ଧଳାଛଉକୁ ଡାକ୍ତରୀ ଶାସ୍ତ୍ରରେ ବିଟିଲିଗୋ କୁହାଯାଏ । ଆଉ ଏହା ଗୋଟିଏ ସାଧାରଣ ରୋଗ । ତେବେ ଏହା ଶରୀରର ସୌନ୍ଦର୍ଯ୍ୟ ଉପରେ ବିଶେଷ ଭାବରେ କୁପ୍ରଭାବ ପକାଇଥାଏ । ତେବେ ଧଳାଛଉ ସାଧାରଣତଃ ମୁହଁ, ବେକର ପଛପାର୍ଶ୍ୱ, ହାତ ଏବଂ ଗୋଡ଼ରେ ହୋଇଥାଏ । ତେବେ ଆଜି ଆସନ୍ତୁ ଜାଣିବା,ଏହି ରୋଗ ହେବାର କାରଣ କ’ଣ ଏବଂ ଏଥିରୁ ମୁକ୍ତି ପାଇବାର ଉପାୟ କ’ଣ ?

• ସାଧାରଣତଃ ବଂଶଗତ କାରଣକୁ ନେଇ ୩୦ ପ୍ରତିଶତ ଲୋକଙ୍କ ମଧ୍ୟରେ ଏହି ରୋଗଟି ଦେଖାଯାଇଥାଏ ।

• ତେବେ ଆଉ କିଛି ଲୋକଙ୍କୁ ମଧ୍ୟ ସୂର୍ଯ୍ୟଙ୍କର କିରଣରେ ଥିବା ଅତି ବାଇଗଣୀ ରଶ୍ମୀ ନେଇ ଧଳାଦାଗ ହୋଇଥାଏ ।

• ଲିଭର୍‌ ଜନିତ ସମସ୍ୟା ମଧ୍ୟ ଧଳାଦାଗ ହେବାର ଅନ୍ୟ ଏକ କାରଣ ଅଟେ ।

• ଠିକ ଭାବେ ଝାଳ ନ ବାହାରିବା ବି ଏହାର ଆଉ ଏକ ପ୍ରମୁଖ କାରଣ ଅଟେ ।

• ଏଥିସହିତ ଡ଼ାଇବେଟିସ୍‌,ହାଇପୋଥଇରୟଡ଼୍‍ ଭଳି ରୋଗକୁ ନେଇ ବି ଜଣଙ୍କ ଶରୀରରେ ଧଳାଛଉ ଦେଖାଯାଇଥାଏ

ତେବେ ଆସନ୍ତୁ ଜାଣିବା ଏହି ଦାଗକୁ ଦୂର କରିବାର ସରଳ ଉପାୟ ବିଷୟରେ!

• ଗୋଟିଏ ଚାମଚ ଅଦା ରସରେ ଦୁଇ ଚାମଚ ଲାଲ୍‌ ମାଟିକୁ ମିଶ୍ରଣ କରି ଶରୀରରେ ହୋଇଥିବା ଧଳାଦାଗ ଉପରେ ଲଗାଇ ୨ ମିନିଟ୍‌ ପର୍ଯ୍ୟନ୍ତ ଉକ୍ତ ସ୍ଥାନକୁ ମସାଜ୍‌ କରନ୍ତୁୁ ।

• ଏଥିସହିତ ଆପଣ ବାହାରକୁ ଯାଉଥିବା ସମୟରେ ସୂର୍ଯ୍ୟ କିରଣଠାରୁ ବଞ୍ଚିବା ପାଇଁ ଏସପିଏଫ୍‌ କ୍ରିମକୁ ଲଗାଇ ଯାଆନ୍ତୁ । ଯାହାକି ଆପଣଙ୍କ ଶରୀରକୁ ସନବର୍ଣ୍ଣ ଠାରୁ ବଞ୍ଚାଇଥାଏ ଏବଂ ଧଳା ଦାଗକୁ ହେବାକୁ ଦେଇ ନ ଥାଏ ।
• ତୁଳସୀର ରସକୁ ପ୍ରତ୍ୟେକ ଦିନ ତ୍ୱଚାରେ ଲଗାଇବା ଦ୍ୱାରା ମେଲାଲିନ୍‌ ଉତ୍ପାଦନ କ୍ଷମତାଟି ବଢ଼ିଥାଏ ଏବଂ ଧଳାଦାଗ ମଧ୍ୟ ଦୂର ହୋଇଥାଏ । ତେଣୁ ଆପଣ ପ୍ରତ୍ୟେକ ଦିନ ଦୁଇ ଚାମଚ ତୁଳସୀପତ୍ର ରସରେ ଏକ ଚାମଚ ଲେମ୍ବୁ ରସକୁ ମିଶ୍ରଣ କରି ଆପଣଙ୍କ ଶରୀରରେ ହୋଇଥିବା ଧଳାଦାଗରେ ଲଗାନ୍ତୁ ।

• ଆପଣ ଅଧକିଲୋ ଖଣ୍ଡ ହଳଦୀକୁ ୮ ଲିଟର ପାଣିରେ ରାତିରେ ଭିଜାଇକି ରଖନ୍ତୁ । ଏହାପରେ ଆପଣ ସକାଳୁ ଉଠିଲା ପରେ ଏଥିରେ ଅଧକିଲୋ ଗ୍ରାମ୍‌ ସୋରିଷର ତେଲକୁ ମିଶ୍ରଣ କରି ଗରମ କରି ଦିଅନ୍ତୁ । ଏହାପରେ ଏହାକୁ ଥଣ୍ଡା ହେବା ପରେ ଆପଣଙ୍କ ଧଳାଛଉ ହୋଇଥିବା ସ୍ଥାନରେ ଦିନକୁ ଦୁଇଥର ଲଗାଇ ଦିଅନ୍ତୁ ।

• ଏଥିସହିତ ଆପଣ ଅଖରୋଟର ପାଉଡ଼ର ସହିତ କିଛି ମାତ୍ରାରେ ପାଣିକୁ ମିଶ୍ରଣ କରି ଏହାର ଏକ ପେଷ୍ଟ ବନାନ୍ତୁ । ଏହାପରେ ଆପଣ ଏହି ପେଷ୍ଟକୁ ଆପଣଙ୍କ ଶରୀରର ପ୍ରଭାବିତ ଜାଗାରେ ଦିନକୁ ଦୁଇଥର ଲଗାଇ ଦିଅନ୍ତୁ ।

• ଏହାସହିତ ମଧ୍ୟ ଆପଣ ଚାହିଁଲେ ଦୁଇ ଚାମଚ ଚନ୍ଦନ ପାଉଡ଼ରରେ ଏକ ଚାମଚ ବାଦାମର ତେଲ ଏବଂ ଅଧା ଚାମଚ ହଳଦୀକୁ ମିଶ୍ରଣ କରି ଧଳାଦାଗରେ ଲଗାଇ ପାରିବେ । ତେବେ ଏହାକୁ ଦିନକୁ ଦୁଇଥର ଆପଣଙ୍କର ଶରୀର ମଧ୍ୟରେ ଲଗାଇବାକୁ ହେବ ।