ଋତୁସ୍ରାବ ସମୟରେ କଷ୍ଟରୁ କିପରି ରକ୍ଷା ପାଇବେ ! ଜାଣନ୍ତୁ କିଛି ଘରୋଇ ଉପାୟ

157

ମାସିକ ଧର୍ମ ବା ଋତୁସ୍ରାବ ସମୟରେ ମହିଳାମାନେ ଭୟଙ୍କର କଷ୍ଟର ସାମ୍ନା କରିଥାଆନ୍ତି, ଯେଉଁଠି ପେଟବ୍ୟଥା ଏକ ସାଧାରଣ କଥା । ଏନେଇ ବଜାରରେ ଅନେକ ପ୍ରକାରର ଔଷଧ ଉପଲବ୍ଧ ଥିଲେ ମଧ୍ୟ ଏହାର କୁପ୍ରଭାବ ବିଷୟରେ ଭାବି ମହିଳାମାନେ ଔଷଧ ଖାଆନ୍ତି ନାହିଁ । ଏହି ଦିନମାନଙ୍କରେ ଯଦି ଆପଣ ଔଷଧ ଖାଇବାରୁ ବଞ୍ଚିବା ପାଇଁ ଚାହୁଁଛନ୍ତି, ତେବେ କିଛି ଘରୋଇ ଉପାୟ ଆପଣଙ୍କ ପାଇଁ ସାହାଯ୍ୟକାରୀ ସାବ୍ୟସ୍ତ ହେବ ।

ଜୁଆଣୀ- ଏହି ଦିନମାନଙ୍କରେ ଗ୍ୟାସ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ଏପରି ସମସ୍ୟରୁ ରକ୍ଷା ପାଇବା ପାଇଁ ଆପଣ ଜୁଆଣୀ ସେବନ କରନ୍ତୁ । ଅଧା ଚାମଚ ଜୁଆଣୀ ଓ ଅଧା ଚାମଚ ଲୁଣ ମିଶାଇ ଭଷୁମ ପାଣିରେ ଏକାଠି ସେବନ କଲେ କଷ୍ଟରୁ ମୁକ୍ତି ମିଳେ ।

ଅମୃତଭଣ୍ଡା- ଋତୁସ୍ରାବର ଆରମ୍ଭ ଦିନମାନଙ୍କରେ ଅନେକ ଥର ଠିକ ସମୟରେ ରକ୍ତସ୍ରାବ ହୋଇ ନଥାଏ, ଯାହାଦ୍ୱାରା ମହିଳାମାନଙ୍କୁ ଅଧିକ କଷ୍ଟ ହୋଇଥାଏ । ଏମିତିରେ ଆପଣ ଅମୃତଭଣ୍ଡା ଖାଇପାରିବେ । ଏପରି କଲେ ରକ୍ତସ୍ରାବ ଠିକ ହେବା ସହ କଷ୍ଟରୁ ଆପଣ ରକ୍ଷା ପାଇପାରିବେ ।

ଅଦା ଚା’- ଏହାସହ ଏହି ଦିନମାନଙ୍କରେ ଆପଣ ଅଦା ମଧ୍ୟ ସେବନ କରିପାରିବେ । ଏଥିପାଇଁ ଅଦାକୁ ଛୋଟ ଛୋଟ ଆକାରରେ କାଟି ଭଲରେ ସିଝାଇ ଛାଣି ପିଅନ୍ତୁ । ଆପଣ ଏହି ମିଶ୍ରଣରେ ମହୁ ମଧ୍ୟ ମିଶାଇ ସେବନ କରିପାରନ୍ତି ପାରନ୍ତି ।

କ୍ଷୀର- କଷ୍ଟରୁ ମୁକ୍ତି ପାଇଁ କ୍ଷୀର କିମ୍ବା ଏଥିରୁ ତିଆରି ହୋଇଥିବା ଉତ୍ପାଦ ଏହି ଦିନମାନଙ୍କରେ ସେବନ କରନ୍ତୁ । ଏଥିରେ ମହଜୁଦ ଥିବା କ୍ୟାଲସିୟମ ଯୋଗୁଁ କଷ୍ଟ କମିଯାଏ ।

ସେକ ଦିଅନ୍ତୁ- ମାସିକ ଧର୍ମ ସମୟରେ ପେଟବ୍ୟଥାରୁ ରକ୍ଷା ପାଇବା ପାଇଁ ଗରମ ପାଣିରେ ସେକ ଦିଅନ୍ତୁ । ଏକ ବୋତଲେ ପାଣି ଭର୍ତ୍ତି କରି ପେଟରେ ରଖନ୍ତୁ । ଏମିତିରେ ଆପଣ ତୁରନ୍ତ ଆରାମ ମିଳିବ ।