ଆମେରିକା ସେନାରେ କାମ କରୁଥିବା ଯୁବତୀ ହିଲଦା କ୍ଲାଇଟନଙ୍କ ସାହସିକତା ! ମରିବା ପୂର୍ବରୁ ଛାଡି ଯାଇଛନ୍ତି ମୃତ୍ୟୁ ସ୍ମୃତି

34

କନକ ବ୍ୟୁରୋ : କ୍ୟାମେରାରେ କଏଦ ହୋଇଛି ମୃତ୍ୟର ଦୃଶ୍ୟ । ଆମେରିକା ସେନାରେ କାମ କରୁଥିବା ୨୨ ବର୍ଷିୟା ଦୁଃସାହସିତ ଯୁବତୀ ହିଲଦା କ୍ଲାଇଟନ ମରିବା ପୂର୍ବରୁ ଛାଡିଯାଇଛନ୍ତି ମୃତ୍ୟୁ ସ୍ମୃତି । ଏହା ଏବେ ଆମେରିକା ସୈନ୍ୟ ବିଭାଗର ବାର୍ଷିକ ପତ୍ରିକାର ମୁଖ୍ୟପୃଷ୍ଠାରେ ସ୍ଥାନ ପାଇଛି । ଘଟଣା ଘଟିଥିଲା ୨୦୧୩ ମସିହାରେ । କ୍ଲାଇଟନ ଆମେରିକା ସୈନ୍ୟ ବିଭାଗରେ ଫଟୋ ସାମ୍ବାଦିକା ଭାବେ କାମ କରୁଥିଲେ ।

ସେତେବେଳେ ସେ ଥିଲେ ଆଫଗାନିସ୍ତାନରେ । ଟ୍ରେନିଂ ଚାଲିଥିବାବେଳେ ଆଫଗାନ ସୈନିକଙ୍କ ସହ ମୋର୍ଟାର ବିସ୍ଫୋରଣର ଫଟୋ ଉଠାଇବାରେ ବ୍ୟସ୍ତ ଥିଲେ କ୍ଲାଇଟନ । ଆଉ ଏହି ବିସ୍ଫୋରଣରେ ୫ ଜଣ ଯବାନ ପ୍ରାଣ ହରାଇଥିଲେ । ବିସ୍ଫୋରଣରେ ହାମିଦା କ୍ଲାଇଟନଙ୍କ ବି ଜୀବନ ଯାଇଥିଲା । କିନ୍ତୁ କ୍ୟାମେରାରେ କଏଦ ହୋଇଯାଇଥିଲା ଦୃଶ୍ୟ । ଏହାକୁ ବାର୍ଷିକ ପତ୍ରିକାର ମୁଖ୍ୟପୃଷ୍ଠାରେ ସ୍ଥାନିତ କରି ହାମିଦାକୁ ଶ୍ରଦ୍ଧାଞ୍ଜଳି ଦେଇଛି ଆମେରିକା ସୈନ୍ୟ ବିଭାଗ ।