ପଶୁଙ୍କ ହର୍ବାଲ ଚିକିତ୍ସା ପାଇଁ ଓଡ଼ିଆ ଡାକ୍ତର ବଲରାମ ସାହୁଙ୍କ ‘ପାଠେ ପାଠଶାଳା’ ! କମ ଖର୍ଚ୍ଚରେ ହୋଇପାରିବ ପଶୁଧନଙ୍କ ଚିକିତ୍ସା

27

ପ୍ରତି ବର୍ଷ ଏପ୍ରିଲ ମାସର ଶେଷ ଶନିବାରକୁ ବିଶ୍ୱ ଚିକିତ୍ସା ଦିବସ ରୂପେ ପାଳନ କରାଯାଏ । ବିଗତ ୯ ବର୍ଷ ଧରି ଲକ୍ଷ୍ନୌରେ ପଶୁପଳାନକମାନେ ଏଲୋପାଥିକ ନୁହେଁ ବରଂ ହର୍ବାଲ ଉପାୟରେ ପଶୁଙ୍କର ଚିକିତ୍ସା କରାଉଛନ୍ତି । ଆଉ ଏପରି ସମ୍ଭବ ହୋଇ ଡାକ୍ତର ବଳରାମ ସାହୁଙ୍କ ପାଇଁ । ଡଃ ବଲରାମ ସାହୁ ଲକ୍ଷ ଲକ୍ଷ ପଶୁପାଳକଙ୍କୁ ଆଂଟି ବାୟୋଟିକ ମେଡ଼ସିନ ପରିବର୍ତ୍ତେ ହର୍ବାଲ ଚିକିତ୍ସା କରାଇବା ପାଇଁ ସଚେତନ କରୁଛନ୍ତି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଡକ୍ଟର ବଲରାମ ସାହୁ ଏସବୁ ଆରମ୍ଭ କରିଥିଲେ ଓଡ଼ିଶାରୁ । ଓଡ଼ିଆ ଡାକ୍ତର ବଲରାମ ସାହୁ ଲୋକଙ୍କୁ ସଚେତନ କରିବା ପାଇଁ ୨୦୦୯ରେ ଆରମ୍ଭ କରିଥିଲେ ପାଠେ ପାଠଶାଳା । ଡ଼ଃ ବଲରାମ କହନ୍ତି, ଯେଉଁ ଅଂଚଳରେ ବୈଜ୍ଞାନିକମାନେ ପହଞ୍ଚି ପାରିନ୍ତି ନାହିଁ ବା ଯେଉଁଠି ପଶୁଙ୍କ ପାଇଁ ଉତ୍ତମ ଚିକିତ୍ସା ବ୍ୟବସ୍ଥା ନାହିଁ, ସେଠାରେ ସେ କାମ କରନ୍ତି । ପ୍ରତିଦିନ କୌଣସି ନା କୌଣସି ଗାଁକୁ ଯାଇ ସେଠାରେ ଥିବା ପଶୁପଳାକଙ୍କୁ ସାକ୍ଷାତ କରନ୍ତି । ଏବଂ ସେମାନଙ୍କୁ ହର୍ବାଲ ଔଷଧ ବ୍ୟବହାର କରିବା ପାଇଁ ସଚେତନ କରନ୍ତି ।

ଏହା ବ୍ୟତୀତ ଯେଉଁ ଅଂଚଳରେ ପାଠେ ପାଠଶାଳା ପହଞ୍ଚି ପାରୁ ନାହିଁଁ ସେ ଅଂଚଳ ପାଇଁ ଡ଼ଃ ଟେଲିବେଟ୍ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରତିଦିନ ସକାଳେ ୭ ଟାରୁ ଆରମ୍ଭ କରି ୯ ଟା ପର୍ଯ୍ୟନ୍ତ ଗ୍ରାମୀଣ ଅଂଚଳର ଲୋକମାନଙ୍କୁ ଫୋନରେ ଏନେଇ ଉପଦେଶ ଦିଅନ୍ତି । ଡ଼ଃ ବଲରାମ ସାହୁଙ୍କ ଅନୁସାରେ ଅନେକ ରୋଗ ପାଇଁ ଲୋକମାନେ ପଶଙ୍କୁ ଆଂଟିବାୟୋଟିକ ଦିଅନ୍ତି । ଯାହା ପଶୁମାନଙ୍କ ଶରୀର ପାଇଁ ଉପକାରୀ ନୁହେଁ । କେବଳ ଯେ ପଶୁମାଙ୍କ ପାଇଁ ତା’ନୁହେଁ ମଣିଷଙ୍କ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼େ । ସେ କହନ୍ତି, ଗ୍ରାମୀଣ ଅଂଚଳରେ ଏପରି ଅନେକ ଗଛଲତା ଅଛି, ଯାହାର ବ୍ୟବହାର ରକି ଅଳ୍ପ ଖର୍ଚ୍ଚରେ ପଶୁମାନଙ୍କୁ ଭଲ ଚିକିତ୍ସା ଦିଆଯାଇପାରିବ । ଭୁବନେଶ୍ୱରରେ ଡ଼ଃ ବଲରାମ ସାହୁ ଏବେ ପର୍ଯ୍ୟନ୍ତ ୩ ଲକ୍ଷ ପଶୁପାଳକଙ୍କ ସହ ଜଡ଼ିତ ଅଛନ୍ତି ।

ସୂଚନାଯୋଗ୍ୟ ଗତକାଲି ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ ପକ୍ଷରୁ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ ହୋଇଛି। ଏହି ଅବସରରେ ଜୟଦେବ ଭବନରେ ଆୟୋଜିତ ଏକ କର୍ମଶାଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ । ଜୀବିକା, ଖାଦ୍ୟ ନିରାପତ୍ତା ଓ ଖାଦ୍ୟ ସୁରକ୍ଷାର ଉନ୍ନତିରେ ପ୍ରାଣୀ ସଂପଦର ଭୂମିକା ଶୀର୍ଷକ ଏହି କର୍ମଶାଳାକୁ ଉଦ୍ଘାଟନ କରିବା ସହ ରାଜ୍ୟ ଖାଉଟିମାନଙ୍କ ପାଇଁ ଓମ୍ଫେଡ଼୍ ଆରମ୍ଭ କରିଥିବା ଭିଟାମିନ୍ ‘ଏ’ ଓ ‘ଡି’ ଯୁକ୍ତ ଉନ୍ନତମାନର ଦୁଗ୍ଧ ଉତ୍ପାଦନକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ ।