ସତ ହେଲା ସ୍ୱପ୍ନ : ନବବଧୂ ସାଜିଲେ କେରଳର ପ୍ରଥମ କିନ୍ନର ଖବରଦାତା, ପ୍ରିୟ ବନ୍ଧୁ ଅଥର୍ବ ମୋହନଙ୍କୁ ବିବାହ କରି କଲେ ହେଦି ସାଦିଆ

2,297

କନକ ବ୍ୟୁରୋ : ନବବଧୂ ସାଜିଲେ କିନ୍ନର । ଅନେକ ଦିନର ସ୍ୱପ୍ନ ସତ ହେଲା । ହାତରେ ଶଙ୍ଖା ଆଉ ମଥାରେ ସିନ୍ଦୁର ପିନ୍ଧି ବେଦୀରେ ବସିଲେ କିନ୍ନର ହେଦି ସାଦିଆ । ବିବାହ ବନ୍ଧନରେ ବାନ୍ଧିହେଲେ କେରଳରେ ପ୍ରଥମ କିନ୍ନର ଖବାଦାତା । ଗତକାଲି ବିବାହ ବନ୍ଧରେ ବାନ୍ଧି ହୋଇଛନ୍ତି ହେଦି । କେରଳର ସ୍ୱତନ୍ତ୍ର ବିବାହ ଆକ୍ଟ ଅନୁସାରେ ଏହା ଚତୁର୍ଥ ବିବାହ । କେରଳର ଏର୍ଣ୍ଣାକୁଲମରେ ସ୍ୱତନ୍ତ୍ର ବିବାହ ନିୟମ ଅନୁସାରେ, କେରଳର ପ୍ରଥମ କିନ୍ନର ଖବରଦାତା ହେଦି ସାଦିଆ ବନ୍ଧୁ ଅଥର୍ବ ମୋହନଙ୍କ ସହିତ ପବିତ୍ର ବନ୍ଧନେରେ ବାନ୍ଧି ହୋଇଛନ୍ତି ।

ସତ ହେଲା ହେଦିଙ୍କ ସ୍ୱପ୍ନ । ପ୍ରିୟ ବନ୍ଧୁ ଅଥର୍ବ ମୋହନଙ୍କୁ ଜୀବନ ସାଥୀ ରୂପେ ପାଇଲେ କିନ୍ନର ଖବରଦାତା । ହେଦି ସାଦିଆ କେରଳର ଏକ ଜଣାଶୁଣା ନ୍ୟୁଜ୍ ଚ୍ୟାନେଲରେ କାମ କରୁଥିବା ବେଳେ ଅଥର୍ବ ଥିରୁବନ୍ତପୁରମରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ । ଉଭୟଙ୍କ ବିବାହରେ ଅନେକ ଲୋକ ସାମିଲ ହୋଇଥିଲେ ଏବଂ ନବଦମ୍ପତିକୁ ଆଶିର୍ବାଦ ଦେଇଥିଲେ । ହେଦି ସାଦିଆ କେରଳର ପ୍ରଥମ କିନ୍ନର ଖବରଦାତା । ସେ ପ୍ରଥମେ କେରଳୀ ନ୍ୟୁଜରୁ ଜଣେ ଖବରଦାତା ହିସାବରେ କ୍ୟାରିୟର ଆରମ୍ଭ କରିଥିଲେ । ଆଉ ସେଠାରେ ସର୍ବପ୍ରଥମେ ସେ ଚନ୍ଦ୍ରଯାନ ୨ ର ରିପୋର୍ଟିଂ କରିଥିଲେ ।

ବିବାହ ପରେ ଖୁବ ଖୁସି ଅଛନ୍ତି ହେଦି ସାଦିଆ । ପ୍ରିୟ ବନ୍ଧୁଙ୍କୁ ବିବାହ କରିଥିବାରୁ ଭବିଷ୍ୟତକୁ ନେଇ ଅନେକ ସୁନେଲୀ ସ୍ୱପ୍ନ ସଜେଇଛନ୍ତି । ସମୟ ବଦଳିବା ସଙ୍ଗେ ସଙ୍ଗେ ଲୋକଙ୍କ ବିଚାରଧାରାରେ ପରିବର୍ତ୍ତନ ଆସୁଛି । ତୃତୀୟ ଲିଙ୍ଗ ପ୍ରତି ଅସୂୟା ଭାବ ଦୂର ହେବାର ଦେଖିବାକୁ ମିଳୁଛି । ଆଉ ଏହାର ବଡ଼ ଉଦାହରଣ ହେଲା ହେଦି ସାଦିଆଙ୍କ ବିବାହ ।