ବର୍ଷା ଆହୁରି ଦୁଇଦିନ : ୨୧ ଜିଲ୍ଲାକୁ ସତର୍କ ସୂଚନା, ୩ଜିଲ୍ଲାରେ ଅତି ପ୍ରବଳ ବର୍ଷା ଚେତାବନୀ

71

କନକ ବ୍ୟୁରୋ : ବର୍ଷା ପାଇଁ ୨୧ ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରରୁ ଉତ୍ତର-ପୂର୍ବ ଦିଗକୁ ମନସୁନ ଟ୍ରାପ ଜାରି ରହିଥିବାରୁ ଏହା ପ୍ରଭାବରେ ଉତର ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷାଜାରି ରହିଛି । ଏହି ବର୍ଷା ଆହୁରି ୨ ଦିନ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ଉତ୍ତର, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାର ଅନେକ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବ । ଏନେଇ ୨୧ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।

source : Outlook India

୩ ଟି ଜିଲ୍ଲା ସୁନ୍ଦରଗଡ଼, କେନ୍ଦୁଝର ଓ ମୟୁରଭଂଜରେ ପ୍ରବଳ ବର୍ଷା ହେବା ନେଇ ଚେତାବନୀ ଦିଆଯାଇଛି । ଆଜି ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଅନୁଗୁଳ , ଦେବଗଡ, ସମ୍ବଲପୁର, ଝାରୁସୁଗୁଡା, କଳାହାଣ୍ଡି, କନ୍ଧମାଳ ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା, କଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଚେତାବନୀ ଦିଆଯାଇଛି  । ଆସନ୍ତାକାଲିବି କେତୋଟି ଜିଲ୍ଲାରେ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

rain
image courtesy – Scroll.in

ସେପଟେ ଲଗାଣ ବର୍ଷା ଯୋଗୁଁ ଭାଙ୍ଗିଲା ଜେଲ ପାଚେରୀ । ଯାଜପୁର ଉପକାରାଗାର ପାଚେରୀ ଭୁଷୁଡ଼ିବା ଯୋଗୁଁ ଅଳ୍ପକେ ବର୍ତିଛନ୍ତି ଅନ୍ତେବାସୀ । ଗତକାଲି ସାରାରାତି ବର୍ଷା ଲାଗି ରହିବା ଫଳରେ ବିଳମ୍ବିତ ରାତିରେ ଜେଲର ବାହାର ପାଚେରୀ ଭୁଷୁଡ଼ି ପଡ଼ିଥିଲା । ତେବେ ସୌଭାଗ୍ୟବଶତଃ କୌଣସି ଅନ୍ତେବାସୀ ବାହାରକୁ ଯାଇନଥିବାରୁ କେହି ଆହତ ହୋଇନାହଁନ୍ତି ।