ପ୍ରଚଣ୍ଡ ଖରାରେ ସିଝୁଛି ସାରା ରାଜ୍ୟ ! ଗରମରେ ହନ୍ତସନ୍ତ ଇସ୍ପାତ ସହର ବାସିନ୍ଦା

20

କନକ ବ୍ୟୁରୋ : ଅସହ୍ୟ ଗ୍ରୀଷ୍ମପ୍ରବାହରେ ଆଉଟ ପାଉଟୁ ଷ୍ଟିଲ ସିଟି ବାସିନ୍ଦା । ପ୍ରବଳ ଖରାରେ ଘରୁ ବାହାରିବା କଷ୍ଟକର ହୋଇପଡିଥିବା ବେଳେ ପାଣି ସମସ୍ୟା ଲୋକଙ୍କ ଚିନ୍ତା ବଢାଇଦେଇଛି । ଗତ କିଛି ଦିନ ହେବ ତାପମାତ୍ରା ୪୦ ଡିଗ୍ରୀ ରହୁଥିବା ବେଳେ ଦିନ ୯ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡିଛି । ଦିନ ୧୦ଟା ପରେ ରାସ୍ତାଘାଟ ଶୂନଶାନ ହୋଇଯାଉଛି ।

ଖରା ସାଂଗକୁ ବସ୍ତି ଅଂଚଳରେ ପାଣି ସମସ୍ୟା ବଢାଇଛି ଲୋକଙ୍କ ସମସ୍ୟା । ପିଏଚଇଡି ପକ୍ଷରୁ ବସ୍ତି ଅଂଚଳରେ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ଆବଶ୍ୟକ ଅନୁଯାୟୀ ହୋଇପାରୁ ନାହିଁ । ଫଳରେ ଲୋକେ ଘଂଟା ଘଂଟା ଧରି ପାଣି ପାଇଁ ଧାଡି ବାନ୍ଧି ଛିଡା ହେଉଛନ୍ତି । ଅସହ୍ୟ ଖରାରେ ନଳ କୂପ ସବୁ ଶୁଖିଯିବାରୁ ଲୋକେ ହନ୍ତସନ୍ତ ହୋଇପଡିଛନ୍ତି ।