ରାଜ୍ୟରେ ୨ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମପ୍ରବାହ ! ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

37

କନକ ବ୍ୟୁରୋ : ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ଆଗାମୀ ୨ ଦିନ ପର୍ଯ୍ୟନ୍ତ ଏଭଳି ହିଟ ୱେଭ ଜାରି ରହିବ । ତେବେ ୨୪ ଘଂଟା ଭିତରେ କାଁ ଭାଁ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । କେଉଁଝର, ମୟୂରଭଂଜ, ଯାଜପୁର, ରାୟଗଡା, ଅନୁଗୁଳ, କଟକରେ କାଳବୈଶାଖୀ ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଉତର ପଶ୍ଚିମ ଭାରତରୁ ଓଡିଶା ଆଡକୁ ଲମ୍ବିଥିବା ଏକ ଟ୍ରପ୍ ଲାଇନ୍ ଯୋଗୁ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ଫଳରେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା । ସମ୍ଭାବନା ରହିଛି । ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ସୂଚନା ମିଳିଛି । ୨୪ ଘଂଟା ମଧ୍ୟରେ ଟିଟିଲାଗଡରେ ସର୍ବୋଚ୍ଚ ତାପମାତ୍ରା ୪୪.୫ ଡିଗ୍ରୀ ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ରହିଛି ୩୭ ଡିଗ୍ରୀ ।