ଏସସିବିରେ ଅଗ୍ନିକାଣ୍ଡ ଘଟଣା : ଫାୟାର ସେଫ୍ଟି ପାଇଁ ତୃତୀୟ ପକ୍ଷକୁ ତଦନ୍ତ ଦାୟିତ୍ୱ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

33

କଟକ ବ୍ୟୁରୋ, କନକ ନ୍ୟୁଜ୍ : ସାରା ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥାର ଯାଂଚ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏସସିବି ମେଡିକାଲ କଲେଜରେ ଅଗ୍ନିକାଣ୍ଡ ପରେ ଆଜି ସଚିବାଳୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପରିସ୍ଥିତିର ସମୀକ୍ଷା କରିଛନ୍ତି । କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଢା ହୋଇଥିବା ତଦନ୍ତ କମିଟିରେ ଜଣେ ତୃତୀୟ ପକ୍ଷର ପ୍ରତିନିଧି ସାମିଲ ହୋଇଛନ୍ତି । ଏହି କମିଟି ତଦନ୍ତ କରିବା ସହ ଆସନ୍ତା ୭ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବେ ବୋଲି ମନ୍ତ୍ରୀ କହିଛନ୍ତି । ଏହା ସହ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଏହି ସୁରକ୍ଷା ବ୍ୟବସ୍ଥା ନେଇ ତଦନ୍ତ ହେବ ବୋଲି ଅତନୁ କହିଛନ୍ତି ।

ଏହା ସହ ଏସସିବିର କାର୍ଡିଓଲୋଜି ବିଭାଗରେ ଅଗ୍ନିକାଣ୍ଡ