ବାମ କଡ଼ ଲେଉଟାଇ ଶୋଇଲେ କ’ଣ କ’ଣ ଲାଭ ମିଳେ ? ଆସନ୍ତୁ ଜାଣିବା . . . .

1,117

ଶୋଇବା ଆମ ଶରୀର ପାଇଁ ବହୁତ ଜରୁରୀ । ଶୋଇବା ଦ୍ୱାରା ଆମ ଶରୀରର ଥକାପଣ ଦୂର ହୁଏ ଓ ମୁଣ୍ଡ ଭଲରେ କାମ କରେ । ବିଶେଷଜ୍ଞଙ୍କ କହିବା ଅନୁସାରେ ଶୋଇବା ସମୟରେ ଆପଣ ଯେଉଁ ମୁଦ୍ରାରେ ଶୋଇବେ ଶରୀରରେ ତାହାର ବହୁତ ପ୍ରଭାବ ପଡ଼େ । ଆପଣ ଶୋଇବା ସମୟରେ ଯେଉଁ ପଟେ କଡ଼ ଲେଉଟାଇ ଶୁଅନ୍ତି ସେହିପରି ଭାବେ ଆପଣଙ୍କ ଅଙ୍ଗ ଓ ମସ୍ତିସ୍କରେ ପ୍ରଭାବ ପଡ଼େ । ଏକଥା ବି ସହ ଆମେ କେବଳ ଗୋଟିଏ ପଟେ କଡ଼ ହୋଇ ଶୋଇବା ସମ୍ଭବ ନୁହେଁ । ଶୋଇବା ସମୟରେ ଏପଟ ସେପଟେ ହେବା ସ୍ୱଭାବିକ । ଆପଣ ଜାଣନ୍ତି କି ବାମ କଡ଼ ଲେଉଟାଇ ଶୋଇଲେ ଆପଣଙ୍କୁ ଅନେକ ଲାଭ ମିଳିବ ।

ଅନେକ ଲୋକ ଏପରି ଅଛନ୍ତି ଯିଏ ଶୋଇବା ସମୟରେ ବାମ କଡ଼ ଲେଉଟାଇ ଶୋଇଲେ ବହୁତ ଲାଭ ମିଳେ ବୋଲି ଜାଣିନଥିବେ । ଅନେକ ରୋଗ ଯେପରି ହୃଦରୋଗ, ପେଟ ସମ୍ବନ୍ଦୀୟ ରୋଗ, ଓ ଅନେକ ସମସ୍ୟା କେବଳ ବାମ ପଟେ କଡ଼ କରି ଶୋଇଲେ ଠିକ୍ ହୋଇଯାଏ । ତେବେ ଆସନ୍ତୁ ଆଲୋଚନା କରିବା ବାମ କଡ଼ ଲେଉଟାଇ ଶୋଇଲେ କ’ଣ କ’ଣ ଲାଭ ମିଳେ । ଯେଉଁମାନେ ରାତିରେ ଶୋଇବା ସମୟରେ ସଧା ଶୁଅନ୍ତି ତାଙ୍କୁ ନିଶ୍ୱ୍ୱାସ ନେବାରେ କଷ୍ଟ ହୁଏ । ଏହାସହ ସିଧା ଶୋଇବା ଶ୍ୱାସ ରୋଗ ରୋଗୀଙ୍କ ପାଇଁ ବିପଜ୍ଜନକ । ଏଥିପାଇଁ ଏପରି ରୋଗୀଙ୍କୁ ବାମ କଡ଼ ଲେଉଟାଇ ଶୋଇବା ଉଚିତ୍ । ଡାକ୍ତରଙ୍କ କହିବା ଅନୁସାରେ ଶରୀରରେ ଯେଉଁ ବିଷାକ୍ତ ପଦାର୍ଥ ଥାଏ ବାମ କଢ଼ ଲେଉଟାଇ ଶୋଇବା ଦ୍ୱାରା ଧୀରେ ଧୀରେ ବହାରି ଯାଏ । ବାମ କଡ଼ ଲେଉଟାଇ ଶୋଇବା ଦ୍ୱାରା ଆମ ଯକୃତରେ କୌଣସି ଚାପ ପଡ଼ ନାହିଁ । ଯାହା ବିଷାକ୍ତ ପଦାର୍ଥ ବାହାର କରିବାରେ ସଫଳ ହୁଏ ।

ବାମ କଡ଼ ଲେଉଟାଇ ଶୋଇଲେ ପେଟ ଫୁଲିବା ସମସ୍ୟା, ଗ୍ୟାସ ସମସ୍ୟା ଓ ଏସିଡ଼ିସଟି ସମସ୍ୟା ଦୂର ହୁଏ । ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଖାଦ୍ୟ ଭଲରେ ହଜମ ହେଉ ତେବେ ଆପଣ ବାମ କଡ଼ ଲେଉଟାଇ ଶୁଅନ୍ତୁ ।

ଯକୃତର ଆମ ଶରୀରରୁ ଅନବାଶ୍ୟକ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରେ । ଏଥିପାଇଁ ଖାଇବା ସମୟରେ ହି ଆଭ୍ୟନ୍ତରୀଣ ଅଙ୍ଗ ଗୁଠିକ ଅଧିକ ଚାପ ଦେବା କଥା ନୁହେଁ । ଏପରିକି ଗର୍ଭାବସ୍ଥାରେ ବାମ କଡ଼ ଲେଉଟାଇ ଶୋଇଲେ ଆରାମ ମିଳେ । ଯାହାଦ୍ୱାରା ଗର୍ଭବତୀ ନାରୀଙ୍କୁ ମାଂସପେଶୀ ଓ ପୀଠଇ ଯନ୍ତ୍ରଣାରୁ ରକ୍ଷା ମିଳେ ।