କର୍କଟ ରୋଗରୁ ରକ୍ଷା କରେ ମକା, ଜାଣନ୍ତୁ ଏହାର ୫ ଟି ଗୁଣ !

376

ଶରୀରର ପୋଷଣ ପାଇଁ ଜରୁରୀ ସବୁ ମିନେରାଲ୍ସ ମକାରେ ଥାଏ, ଏହା ଏକ ପୌଷ୍ଟିକ ଆହାର, ଯାହାର ସେବନ ଆପଣ ଯେବେ ଚାହିଁବେ କରିପାରିବେ । ମକା ଏପରି ଏକ ଖାଦ୍ୟ ଯାହା ପ୍ରାତଃଭୋଜନ, ମଧ୍ୟାନ୍ନ ଭୋଜନ, ରାତ୍ରୀଭୋଜନ ବ୍ୟତୀତ ସ୍ନାକ୍ସ ରୂପରେ ମଧ୍ୟ କରିପାରିବେ । ଶରୀରରେ ଜମା ହୋଇଥିବା ଅତିରିକ୍ତ ଚର୍ବିକୁ କମ କରିବା ପାଇଁ ସବୁଠାରୁ ଭଲ ଉପାୟ ହେଲା ମକା ସେବନ । ଏହାର ସେବନ କରି ଯେ ଆପଣ କେବଳ ନିଜର ଓଜନ ହ୍ରାସ କରିପାରବେ ତା’ ନୁହଁ, ଅନେକ ରୋଗରୁ ମଧ୍ୟ ରକ୍ଷା ପାଇପାରିବେ । ଆସନ୍ତୁ ଏହାର ଗୁଣ ବିଷୟରେ ଜାଣିବା . . . . .

୧.କଲେଷ୍ଟରେଲ ମାତ୍ରା କମ କରାଏ – ମକାରେ ଭିଟାମିନ ସି, କ୍ୟାରେଟେନାଇଡସ ଓ ଫାଇବର ଭରପୁର ମାତ୍ରାରେ ଥାଏ । ଏହା କଲେଷ୍ଟରେଲକୁ କମ କରିବା ସହ ଧମନୀକୁ ବନ୍ଦ ହେବାରୁ ରକ୍ଷା କରେ ।

୨.କର୍କଟ ରୋଗରୁ ରକ୍ଷା କରେ- ମକାରେ ଥିବାଆଣ୍ଟିଅକ୍ସିଡାଣ୍ଟ ଓ ଫ୍ଲାବୋନଏଡ ତତ୍ୱ କାରଣରୁ କର୍କଟ ପରି ମାରାତ୍ମକ ରୋଗର ଭୟ କମିଯାଏ ।

୩.ହାଡକୁ ମଜଭୁତ କରାଏ- ହାଡକୁ ମଜଭୁତ କରିବା ପାଇଁ ଆମେ କ୍ଷୀର ଓ ଭିଟାମିନ ଡି ସେବନ କରିଥାଉ । କିନ୍ତୁ ଆପଣ ଜାଣନ୍ତି କି ମକାରେ ଥିବା ଜିଙ୍କ, ଫସଫରସ, ମାଗ୍ନେସିୟମ ଓ ଆଇରନ ହାଡକୁ ମଜଭୁତ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥାଏ ।

୪.ତ୍ୱଚାରେ ଚମକ ଆଣେ- ଦ୍ୱଚାରେ ଚମକ ଆଣିବା ପାଇଁ ଆମେ ବହୁତ ପରିଶ୍ରମ କରିଥାଉ । କିନ୍ତୁ ଆପଣ ଜାଣନ୍ତିକି ମକା ଖାିଇବା ଦ୍ୱାରା ମଧ୍ୟ ତ୍ୱଚାରେ ଚମକ ଆସେ । ମକାରେ ଭିଟାମିନ ଏ ଓ ସି ଭରପୁର ମାତ୍ରାରେ ଥାଏ । ଏହାସହ ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ତ୍ୱଚାର କୁଞ୍ଚନରୁ ମୁକ୍ତ କରେ ।

୫.ଆଖି ପାଇଁ ଲାଭପ୍ରଦ – ଆଖି ଶରୀର ପାଇଁ ବହୁତ ମୂଲ୍ୟବାନ ଏବଂ ଏହାକୁ ସୁସ୍ଥ ରଖିବା ବହୁତ ଜରୁରୀ । ମକାରେ ବିଟା କ୍ୟାରୋଟିନ, ଭିଟାମିନ ଏ ଥାଏ ଯାହା ଆଖି ପାଇଁ ବହୁତ ଲାଭପ୍ରଦ । ଏହା ଆଖିର ସମସ୍ୟାକୁ କମ କରେ ଓ ଦୃଷ୍ଟି ଶକ୍ତି ବଢ଼ାଏ ।