ହନିପ୍ରୀତଙ୍କ ପାଇଁ ବଢ଼ିଲା ଅଡୁଆ ! ହରିୟାଣା ପୁଲିସ ଜାରି କଲା ଗିରଫ ପରୱାନା

36

କନକ ବ୍ୟୁରୋ : ବଢିଲା ହନିପ୍ରୀତଙ୍କ ଅଡୁଆ । ବଳାତ୍କରୀ ବାବା ରାମ ରହିମଙ୍କ ପାଳିତା କନ୍ୟା ହନିପ୍ରୀତଙ୍କ ବିରୋଧରେ ଗିରଫ ପରୱାନା ଜାରି କଲା ହରିୟାଣା ପୁଲିସ । ସେହିପରି ଡେରା ପ୍ରବକ୍ତା ଆଦିତ୍ୟ ଇନସାଁ ଓ ପବନ ଇନସାଁଙ୍କ ବିରୋଧରେ ମଧ୍ୟ ଗିରଫ ପରୱାନା ଜାରି ହୋଇଛି । ଏହି ଘୋଷଣା ନାମା ଅକ୍ଟୋବର ଶେଷ ଯାଏଁ ଲାଗୁ ରହିବ । ଯଦି ଏହି ସମୟ ମଧ୍ୟରେ ଏମାନେ ଗିରଫ ନହୁଅନ୍ତି, ତେବେ ଏମାନଙ୍କୁ ପଳାତକ ଘୋଷଣା କରାଯିବ ବୋଲି ସୂଚନା ରହିଛି ।

Saint-Gurmeet-Ram-Rahim-Singh-Insan-with-daughter-Honeypreet-Insanସେପଟେ ହରିୟାଣା ପୁଲିସର ଏକ ଟିମ ହନିପ୍ରୀତଙ୍କୁ ଖୋଜିବାକୁ ତଲାସ ଅଭିଯାନ ଜୋରଦାର କରିଛି । ଦିଲ୍ଲୀର ଗ୍ରେଟର କୈଳାଶ ଓ ଚିତରଂଜନ ପାର୍କ ଅଂଚଳରେ ଚଢାଉ କରିଛି ହରିୟାଣା ପୁଲିସର ଏକ ଟିମ । ଦୀର୍ଘ ଏକ ମାସ ହେବ, ହନିପ୍ରୀତ ଫେରାର ଅଛନ୍ତି । ହନିପ୍ରୀତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ପୁଲିସ ଜାଲ ବିଛାଇଛି । ସେପଟେ ଦିଲ୍ଲୀ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି ହନିପ୍ରୀତଙ୍କ ଓକିଲ । ସୋମବାର ଦିନ ହନିପ୍ରୀତ ତାଙ୍କ ଓକିଲଙ୍କ ନିକଟକୁ ଆସିଥିବା ସେ କହିଛନ୍ତି । ତେବେ ରାମରହିମଙ୍କ ପାଳିତା କନ୍ୟା ନୂଆଦିଲ୍ଲୀରେ ହିଁ ଲୁଚି ରହିଥିବା ଏକପ୍ରକାର ସ୍ପଷ୍ଟ ହୋଇଛି ।