ହ୍ୟାକର୍ସଙ୍କ ଟାର୍ଗେଟରେ ସିସି କ୍ଲିନର ! ଆପ୍ ଜରିଆରେ ଚୋରାଇ ହେବ ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

48

ସାବଧାନ, ଆପଣ ସିସିି କ୍ଲିନର ବ୍ୟବହାର କରୁଛନ୍ତି କି ? ଖବର ଅନୁସାରେ ଏହି ଆପ୍ ହ୍ୟାକ ହେଉଛି । ସିସିି କ୍ଲିନର ଏପରି ଏକ ଆପ୍ ଯାହାକୁ ଆଣ୍ଡ୍ରଏଡ଼୍ ଗ୍ରାହକ ନିଜ ସ୍ମାର୍ଟଫୋନରେ ରଖନ୍ତି । ଆଣ୍ଡ୍ରଏଡ଼୍ ଗ୍ରାହକ ଠାରୁୁ କମ୍ଫ୍ୟୁୁଟରରେ ଏହି ଆପ ଅଧିକ ବ୍ୟବହାର ହୁଏ । ତେବେ ଖାସ୍ କରି ଏହି ଆପ୍ ଭାରତରେ ବହୁତ ଲୋକପ୍ରିୟ । ଏହି ଆପ୍ ସିଷ୍ଟମରୁ ଜଙ୍କ୍ ଫାଇଲ ଡିଲିଟ୍ କରିବାରେ ସାହାଯ୍ୟ କରେ । ଏହା ବ୍ୟତୀତ ସି କ୍ଲିନର ଆଉ ଅନେକ କାମ କରେ । ଯାହାଦ୍ୱାରା ଲୋକ ଏହି ଆପ୍ ଉପରେ ଅଧିକ ଭରସା କରନ୍ତି । ତେବେ ଏହି ଆପ ଅଧିକ ଲୋକପ୍ରିୟ ତଥା ଗ୍ରାହକ ଏହାକୁ ଅଧିକ ବ୍ୟବହାର କରୁଥିବାରୁ ହ୍ୟାକର୍ସ ମାନେ ସିସି କ୍ଲିନରକୁ ହ୍ୟାକିଂର ଏକ ଜରିଆ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

CCleanerସୂଚନାଯୋଗ୍ୟ ସିସି କ୍ଲିନର ସିକ୍ୟରିଟି ଓ ଆଣ୍ଟି ଭାଇରସ ଏଭାଷ୍ଟର ଏକ ଅଂଶ । ଏଭାଷ୍ଟ ମୁତାବକ ସିସିି କ୍ଲିନର ସାରା ଦୁନିଆରେ ପାଖାପଖି ୨ କୋଟି ଥର ଡାଉନଲୋଡ଼ ହୋଇଛି । ଏହି ଆପ୍ ଲୋକପ୍ରିୟ ଏବଂ ପ୍ରାୟ ସ୍ମାର୍ଟଫୋନରେ ଏହି ମହଜୁଦ ଥିବାରୁ ଏହାକୁ ଟାର୍ଗେଟ କରାଯାଉଥିବା ସୂଚନା । ସିସି କ୍ଲିନରକୁ ହିଷ୍ଟ୍ରୀ କ୍ଲିୟର କରିବା ପାଇଁ ମଧ୍ୟ ବ୍ୟବହାର କରାଯାଏ । ତେବେ ସିକ୍ୟରିଟ ବ୍ରାଚଂର ସୂଚନା ଅନୁସାରେ ଏବେ ସିସିି କ୍ଲିନର ସୁରକ୍ଷିତ ଅଛି । ଏନେଇ ଅଧିକ ଯାଂଚ ଜାରି ରହିଛି । ସିକ୍ୟରିଟି ରିସର୍ଚ୍ଚରଙ୍କ କହିବା ଅନୁସାରେ ଏହାକୁ ହ୍ୟାକର୍ସ ଟାର୍ଗେଟ କରବାର ମୁଖ୍ୟ କାରଣ ହେଲା ଏହି ଆପକୁ ଅଧିକ ଲୋକ ବ୍ୟବହାର କରନ୍ତି । ଏହି ସପ୍ଟୱେର ଉପରେ କୋଟି କୋଟି ଲୋକ ଭରସା କରୁଛନ୍ତି ।

ଯଦି ଆପଣଙ୍କ ସ୍ମାର୍ଟଫୋନରେ ସିସି କ୍ଲିନର ଭର୍ସନ ୫.୩୩.୬୧୬୨ ରହିଛି ତେବେ ଆପଣଙ୍କୁ ମୁସ୍କିଲ ହୋଇପାରେ । ସିସି  କ୍ଲିନର କବେଳ ଆଣ୍ଡ୍ରଏଡ଼୍ ପାଇଁ ନୁହେଁ ଏହାକୁ କମ୍ଫ୍ୟୁଟର ପାଇଁ ମଧ୍ୟ ଡାଉନଲୋଡ଼ କରାଯାଏ । ଏହି ଭର୍ସନରେ ମାଲୱେର ଇଂଜେକ୍ଟ କରାଯାଇଛି, ଯାହା ୱିଣ୍ଡୋଜ କମ୍ପ୍ୟୁଟରରେ ଥାଏ । ଏଥିପାଇଁ ଆଣ୍ଡ୍ରଏଡ଼ ସ୍ମାର୍ଟଫୋନ୍ ଏବେ ସୁରକ୍ଷିତ ଅଛି । ଯଦି ଆପଣ ନିଜ କମ୍ପ୍ୟୁଟରରେ ସିସି କ୍ଲିନର ୧୨ ଡିସେମ୍ବର ପର୍ୟ୍ୟନ୍ତ ଅପଡ଼େଟ୍ କରି ସାରିଛନ୍ତି, ତେବେ ଆପଣଙ୍କୁ କିଛି ଅସୁବିଧା ନାହିଁ ।