ହାଓ୍ଵଡ଼ା ଓ ବଙ୍ଗାଲର ଲୋକପ୍ରିୟ ସମୁଦ୍ର ତଟ ସହର ଦିଘାଠାରେ ଶୁକ୍ରବାର ସକାଳ ପ୍ରାୟ ୧୧.୩୦ ସମୟରେ ଏକ ବିରାଟ ଦୁର୍ଘଟଣା ଘଟୁ ଘଟୁ ରହିଯାଇଛି । ହାଓ୍ଵଡା ଷ୍ଟେସନ୍ରୁ ହାଓ୍ଵଡ଼ା-ଦିଘା ଏକ୍ସପ୍ରେସ ଛାଡ଼ିବାର ମାତ୍ର ୨୦ ମିନିଟ୍ ପରେ ଏହି ଘଟଣା ଘଟିଛି ।
କୋଚ୍ ତଳେ ରହିଥିବା ଟ୍ରେନ୍ର ପାଇପ୍ଟି ଛିଡ଼ି ଯାଇଥିବାକୁ ଗାର୍ଡ ଏସ୍.ଏନ୍ ରୟ ତାହାକୁ ସଜାଡ଼ିବାକ ପାଇଁ ଟ୍ରେନ୍ ତଳେ ଥିଲେ । ସେହି ସମୟୟରେ ହଠାତ ଟ୍ରେନ୍ଟି ଚାଲିବାକୁ ଆରମ୍ଭ କରିଥିଲା । ସୌଭାଗ୍ୟକୁ ଗାର୍ଡ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଗୋଟିଏ ସ୍ଥାନରେ ବସିନରହି ସେହି ଟ୍ରେନ୍ର ଏକ ଅଂଶକୁ ଧରି ଓହଳି ଓହଳି ଯାଇଥିଲେ । କିଛି ବାଟ ଗଲାପରେ ଟ୍ରେନ୍ ଅଟକିବାରୁ ଗାର୍ଡ ଜଣକ ବାହାରି ଆସିଥିଲେ । ସେ ଏବେ ସଂପୂର୍ଣ୍ଣ ସୁରକ୍ଷିତ ଥିବା ରିପୋର୍ଟ ରହିଛି ।