ଗାଁରେ ସ୍ୱଚ୍ଛାତାକୁ ପ୍ରୋତ୍ସାହନ ଦେବା ପାଇଁ ‘ଗ୍ରାମ ସମୃଦ୍ଧି ଓ ସ୍ୱଚ୍ଛତା’ ଅଭିଯାନ ! ସରକାରଙ୍କ ନୂତନ ପ୍ରୟାସ

103

ଦେଶର ପରିମଳ ବ୍ୟବସ୍ଥାକୁ ସୁଧାରିବା ଲାଗି ଆରମ୍ଭ ହୋଇଥିଲା ସ୍ୱଚ୍ଛ ଭାରତ ଅଭିଯାନ । ଦେଶର ସବୁଠାରୁ ବଡ଼ ମିଶନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିଥିଲେ । ବେଶ୍ କିଛି ଦିନ ଧରି ରାଜନେତା, ସ୍ୱେଚ୍ଛାସେବୀ ଦଳ, ସେଲିବ୍ରିଟ୍ରି ତଥା ସାଧାରଣ ଲୋକ ଏହି ଅଭିଯାନରେ ସାମିଲ ହୋଇଥିଲେ । ଏହାସହ ଏହି ଅଭିଯାନ ବହୁତ ଦିନ ଧରି ଖବରକାଗର ପ୍ରଥମ ପୃଷ୍ଠା ମଧ୍ୟ ମଣ୍ଡନ କରିଥିଲା । କିନ୍ତୁ ଧୀରେ ଧୀରେ ଏହି ମିଶନକୁ ଲୋକମାନ ଭୁଲିବାରେ ଲାଗିଲେ । ଏହି ମିଶନକୁ ନେଇ ଆଗ ପରି ଲୋକଙ୍କ ମନରେ ସେ ଉତ୍ସାହ ନାହିଁ । କଥାରେ ଅିଛି ସ୍ୱଚ୍ଛତା ଭକ୍ତିରୁ ମଧ୍ୟ ବଡ଼ । କିନ୍ତୁ ଖୁବ୍ କମ ଲୋକ ହିଁ ଏହି କଥାକୁ ପାଳନ କରିବାର ଦେଇାଯାଏ । ଆମ ଭାରତୀୟ ମାନଙ୍କ ମନରେ ଭକ୍ତି ତ ବହୁତ କିନ୍ତୁ ସ୍ୱଚ୍ଛତା ମାମଲାରେ ଆମେ ଏବେ ବି ବହୁତ ପଛରେ ।

ପାଶ୍ଚ୍ୟାତ୍ୟ ଦେଶମାନଙ୍କରୁ ଆମେ ତାଙ୍କ ଖାଦ୍ୟପେୟ, ଚାଲିଚଳନ ତଥା ଆଚାର ବ୍ୟବହାର ସବୁ ତ ଅନୁକରଣ କରିନେଲେ କିନ୍ତୁ ଯାହା ଆମ ଦେଶ, ସହର ତଥା ଗାଁ ପାଇଁ ଅଧିକ ଦରକାରୀ ତାହାକୁ ଆମେ ଭୁଲି ଯାଉଛୁ । ସ୍ୱଚ୍ଛତାକୁ ନେଇ ଆମ ଦେଶରେ ଅନେକ କାର୍ଯ୍ୟକ୍ରମର ଆୟେଜନ ହେଉଥିଲେ ହେଁ ଦେଶରେ ସେପରି ଆଖିଦୃଶିଆ ପରିବର୍ତ୍ତନ ଆସିନାହିଁ । ଏବେ ବି ଯେଉଁ ଗଳିକନ୍ଦି ଯିବେ, ସବୁଠି ଆବର୍ଜନା ପୁରି ରହିଥିବା । ବହୁତ କମ ଲୋକ ଏପରି ଅଛନ୍ତି ଯେଉଁମାନେ ସ୍ୱଚ୍ଛ ଭାରତ ମିଶନରେ ସରକାରଙ୍କୁ ସାହାଯ୍ୟ କରୁଛନ୍ତି । ତେବେ ସ୍ୱଚ୍ଛ ଭାରତ ଅଭିଯାନ କେତେ ଦୂର ସଫଳ ହେଲ ତାହା କହିବା ମୁସ୍କିଲ , କିନ୍ତୁ କେନ୍ଦ୍ର ସରକାର ସ୍ୱଚ୍ଛତାକୁ ପ୍ରୋତ୍ସାହନ ଦେବା ପାଇଁ ଏବେ ପୁଣି ଏକ ଯୋଜନା ଆରମ୍ଭ କରିବା ପାଇଁ ଯାଉଛନ୍ତି ।

ଗ୍ରାମୀଣ ଅଂଚଳରେ ବିକାଶ ଓ ସ୍ୱଚ୍ଛତାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଆସନ୍ତା ମାସରେ ୧୫ ଦିବସୀୟ ଅଭିଯାନ ଆରମ୍ଭ କରିବେ । ସରକାର ଏଥିପାଇଁ ସାଂସଦଙ୍କ ଦ୍ୱାରା ପୋଷ୍ୟ ହୋଇଥିବା ଗାଁ ଗୁଡ଼ିକରେ ଏହି ଅଭିଯାନକୁ ପ୍ରଥମେ ଆରମ୍ଭ କରିବେ । ଗ୍ରାମୀଣ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏନେଇ ସମସ୍ତ ସାଂସଂଦଙ୍କୁ ପତ୍ର ଲେଖିଛନ୍ତି । ପତ୍ରରେ ସେ କହିଛନ୍ତି କେନ୍ଦ୍ର ସରକାର ୧ ଅକ୍ଟୋବରରୁ ୧୫ ଅକ୍ଟୋବର ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ସହ ମିଶି ‘ଗ୍ରାମ ସମୃଦ୍ଧି ଓ ସ୍ୱଚ୍ଛତା’ ଅଭିଯାନ ଅଭିଯାନ ଆରମ୍ଭ କରିବ । ଯଦ୍ୱାରା ଗ୍ରାମୀଣ ଅଂଚଳରେ ବିକାଶମୂଳକ କାର୍ଯ୍ୟକୁ ପ୍ରୋତ୍ସାହନ ମିଳିବ । ଏହ ବ୍ୟତୀତ ସେ ସାଂସଦଙ୍କୁ ଗାଁଁରେ ବିକାଶ ପାଇଁ ପଂଚାୟତ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଅନୁରୋଧ କରିଛନ୍ତି ।

ସ୍ୱୟଂ ସହାୟକ ଗୋଷ୍ଠୀ, ଅଙ୍ଗନୱାଡ଼ି କେନ୍ଦ୍ର ଓ ସ୍କୁଲ ଜରିଆରେ ଏହ ଅଭିଯାନ ବିଷୟରେ ଲୋକଙ୍କୁ ସୂଚିତ କରାଯିବ । ସ୍ୱଚ୍ଛତା ବିଷୟରେ ଶିକ୍ଷିତ କରିବା ପାଇଁ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚଳାଇବା ପାଇଁ ଆରମ୍ଭ ହେବ ଅଭିଯାନ । ଏହା ବ୍ୟତୀତ ନରେନ୍ଦ୍ର ସିଂ ତୋମାର, ସାସଂଦଙ୍କୁ ଶିଶୁଙ୍କ ଟୀକାକରଣ  ଛାତ୍ରୀଙ୍କ ନାମକ କଟିବା ଦରକୁ କମ୍ କରିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ କରିବା ପାଇଁ କହିଛନ୍ତି । ଗ୍ରାମୀଣ ଅଂଚଳକୁ କେଉଁ ଉପାୟରେ ମଳମୁକ୍ତ କରାଯିବ ସେ ନେଇ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉ ବୋଲି ମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ।