କୃଷକଙ୍କ ପାଇଁ ଖୁସି ଖବର : ଓଲା-ଉବର ପରି ଆପ୍ ସାହାଯ୍ୟରେ ମିଳିବ ଟ୍ରାକ୍ଟର ଓ କୃଷି ଉପକରଣ 

455

ଓଲା ଓ ଉବର ପରି ଆପ୍ ସାହାଯ୍ୟରେ ମିଳିବ ଟ୍ରାକ୍ଟର । ଫସଲ ଅମଳ ପାଇଁ ଚାଷୀଙ୍କୁ ଟ୍ରାକ୍ଟର କିମ୍ବା କୃଷି ଉପକରଣ ପାଇଁ ଚିନ୍ତିିତ ହେବାକୁ ପଡ଼ିବ ନାହିଁ । ଆପ୍ ଡାଉନଲୋଡ଼୍ କରି ଟ୍ରାକ୍ଟର ଓ ଅନ୍ୟାନ୍ୟ କୃଷି ସମ୍ମନ୍ଧୀୟ ଯନ୍ତ୍ରପାତି ଭଡ଼ାରେ ଆଣିପାରିବେ ଚାଷୀକୂଳ । କୃଷି ଯନ୍ତ୍ରପାତି ପାଇଁ ଆଉ ହଇରାଣ ହେବାକୁ ପଡ଼ିବ ନାହିଁ । ବିନା ଝନଝଟରେ ସହଜରେ ଚାଷ କାମ ହୋଇପାରିବ । କୃଷକ ଦେଶର ମେରୁଦଣ୍ଡ । କୃଷକଙ୍କ ଆୟକୁ ଦୁଇଗୁଣା କରିବା ଲକ୍ଷ୍ୟ ମୋଦି ସରକାର ବିଭିନ୍ନ ଯୋଜନା କରୁଛନ୍ତି । ଏହି କ୍ରମରେ ସଚେତନ ମୋଦି ସରକାର ଏକ ନୂଆ ଆପ୍ ଲଂଚ କରିଛନ୍ତି । ଏହି ଆପଟି ହେଲା CHC Farm Machinery । ଏଥିପାଇଁ ଦେଶରେ ୩୫ ହଜାର କଷ୍ଟମ୍‌ ହାୟରିଙ୍ଗ୍‌ ସେଣ୍ଟର ସ୍ଥାପିତ କରାଯିବ। 

କୃଷି ମନ୍ତ୍ରଣାଳୟ ପକ୍ଷରୁ ଲଂଚ ହୋଇଛି CHC Farm Machinery ଆପ୍ । ଏହି ଆପ୍ ମାଧ୍ୟରେ ପାଖାପାଖି ୨.୫ ଲକ୍ଷ କୃଷି ଉପକରଣ ଅନଲାଇନରେ ଉପଲବ୍ଧ ହେବ । ଅନ୍ୟ ଆପ୍ ଗୁଡ଼ିକ ପରି ଗୁଗଲ ପ୍ଲେଷ୍ଟୋରରେ ଏହି ଆପ୍ ଉପଲବ୍ଧ । ଇଂରାଜୀ, ଉର୍ଦ୍ଦୁ, ନେପାଳୀ, କନ୍ନଡ଼, ହିନ୍ଦୀ, ମରାଠୀ, ବଙ୍ଗାଳୀ ସମେତ ପ୍ରାୟ ୧୨ଟି ଭାଷାରେ ଆପ୍ ଉପଲବ୍ଧ । CHC Farm Machinery ଆପ୍ ଡାଉନଲୋଡ଼୍ କରିବା ପରେ ପ୍ରଥମେ ଆପଣଙ୍କୁ ଭାଷା ଚୟନ କରିବା ପାଇଁ ପଡ଼ିବ । ଆଉ ତା’ପରେ ବିଭିନ୍ନ କାଟାଗୋରୀ ଆପଣଙ୍କ ସ୍କ୍ରିନରେ ଦେଖାଯିବ । ସେଠାକୁ ଯାଇ ଆପଣଙ୍କୁ ପଞ୍ଜିକରଣ କରିବା ପାଇଁ ପଡ଼ିବ । ଏଥିପାଇଁ କୃଷକଙ୍କ ନାଁ, ଠିକଣା, ମୋବାଇଲ ନମ୍ବର ଆଦି ପ୍ରଦାନ କରିବା ପାଇଁ ପଡ଼ିବ । ତା’ପରେ ଖୋଲିବ ଆପର ପ୍ରମୁଖ ପେଜ୍ । ଆଉ ଏଠାରେ କୃଷି ଯନ୍ତ୍ର ବୁକିଂର ଭିନ୍ନ ଭିନ୍ନ ୭ଟି ଅପ୍ସନ ମିଳିବ । ଯେଉଁ ଯନ୍ତ୍ର ଦରକାର ଆପଣ ଅତି ସହଜରେ ଭଡ଼ାରେ ନେଇପାରିବେ । 

କୃଷି ଯନ୍ତ୍ରପାତି ଗୁଡ଼ିକ କେତେ ଦିନ ପାଇଁ ଦରକାର, ତାହାର ବି ବିକଳ୍ପ ଚୟନ କରିବାକୁ ପଡ଼ିବ । ତେବେ ଚାଷୀଙ୍କୁ ନିଜର ଗାଁ ନାମ, ଫସଲ ତଥା ଅନ୍ୟ ଜରରୁୀ ସୂଚନା ଦେବାକୁ ପଡ଼ିବ । ସମସ୍ତ ତଥ୍ୟ ପ୍ରଦାନ ପରେ ବୁକିଂ ବଟନ ଦବାଇବାକୁ ପଡ଼ିବ । ବୁକିଂ ବଟନରେ କ୍ଲିକ କରିବା ପରେ କୃଷି ଯନ୍ତ୍ରପାତିର ଭଡ଼ା ସମ୍ମନ୍ଧିତ ସମସ୍ତ୍ୟ ତଥ୍ୟ ଆପଣଙ୍କ ସ୍କ୍ରିନକୁ ଆସିଯିବ । ଆଉ ଚାଷୀମାନେ ଆବଶ୍ୟକ ମୁତାବକ କୃଷି ଯନ୍ତ୍ରପାତି ସୁଲଭ ମୂଲ୍ୟରେ ଭଡ଼ାରେ ଆଣିପାରିବେ ।  ତେବେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲେ, ଚାଷ ଜମିର ୫୦ କିମି ଦୂରତା ମଧ୍ୟରେ ହିଁ ଚାଷୀକୂଳ ଏହି ଆପର ସୁବିଧା ଉଠାଇ ପାରିବେ ।