ପ୍ଲେଷ୍ଟୋରରୁ ହଟିଲା ୨୨ ଆପ୍ ! ଆପଣ ମଧ୍ୟ ତୁରନ୍ତ ଡିଲିଟ୍ କରନ୍ତୁ

2,033

ଗୁଗଲ ପ୍ଲେଷ୍ଟୋରୁ ୨୨ ଟି ଆପକୁ ହଟାଇ ଦେଇଛି । ଭାଇରସ୍ ସଂକ୍ରମଣ କରୁଥିବା ୨୨ଟି ଆପକୁ ହଟାଇଛନ୍ତି ଗୁଗଲ । ବ୍ରିଟେନର ସାଇବର ସିକ୍ୟୁରିଟି କମ୍ପାନୀ ସେଫେସ୍ ଏହି ଆପରେ ଭାଇରସ୍ ଅଛି ବୋଲି ଏକ ବ୍ଲଗ୍ ଲେଖିଥିଲା । ୨୨ଟିରୁ ୧୯ ଟି ଆପ୍ ଚଳିତ ବର୍ଷ ଜୁନରେ ହିଁ ପ୍ଲେଷ୍ଟୋରକୁ ଆସିଥିଲେ । ରିପୋର୍ଟରେ କୁହାଯାଇଛି ଏହି ଆପକୁ ଆଣ୍ଡ୍ରଏଡ଼୍ ୟୁଜର ୨ ମିଲିୟନରୁ ଅଧିକ ଥର ଡାଉନଲୋଡ଼୍ କରିଛନ୍ତି ।

ଗତମ ସପ୍ତାହରେ ଗୁଗଲ ତରଫରୁ କୁହାଯାଇଥିଲା, ଆମ ପ୍ଲାଟଫର୍ମରେ ଧୋକା ଓ ଦୁର୍ଭାଗ୍ୟପୂର୍ଣ୍ଣ ବ୍ୟବହାରକୁ ବରଦାସ୍ତ କରାଯିବ ନାହିଁ । ଏପରି କିଛି ଘଟଣା  ଘଟିଲେ ତୁରନ୍ତ ପଦକ୍ଷେପ ନିଆଯିବ । ନିମ୍ନରେ ଉକ୍ତ ଆପ ଗୁଡ଼ିକର ତାଲିକା ଦିଆଯାଇଛି । ଯଦି ଆପଣ ମଧ୍ୟ ଏହି ଆପ୍ ଗୁଡ଼ିକର ବ୍ୟବହାର କରୁଛନ୍ତି, ତେବେ ତୁରନ୍ତ ଡିଲିଟ୍ କରିନିଅନ୍ତୁ ।

ପ୍ଲେଷ୍ଟୋରରୁ ହଟିଥିବା ଆପ୍ ଗୁଡ଼ିକର ତାଲିକା . . .

1.  Parkle FlashLight
2. Snake Attack
3.  Math Solver
4.  ShapeSorter
5.  Tak A Trip
6.  Magnifeye
7. Join Up
8.  Zombie Killer
9.  Space Rocket
10.  Neon Pong
11.  Just Flashlight
12.  Table Soccer
13.  Cliff Diver
14.  Box Stack
15.  Jelly Slice
16.  AK Blackjack
17.  Color Tiles
18.  Animal Match
19.  Roulette Mania
20.  HexaFall
21.  HexaBlocks
22.  PairZap