ଏକ ସପ୍ତାହ ଭିତରେ ରସଗୋଲା ପାଇଁ ଜିଆଇ ଆବେଦନ କରିବେ ସରକାର !

42

କନକ ବ୍ୟୁରୋ :  ‘ବାଂଲାର୍‌ ରସଗୋଲା’ ଜିଆଇ ମାନ୍ୟତା ପାଇବା ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି । ଗତକାଲି ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଆସନ୍ତା ୭ଦିନ ମଧ୍ୟରେ ରାଜ୍ୟ ସରକାର ଜିଆଇ ପାଇଁ ଆବେଦନ କରିବେ ବୋଲି କହିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଗଣମାଧ୍ୟମକୁ କହିଛନ୍ତି ।

ଗତ ଦୁଇ ଦିନ ତଳେ ବାଂଲାର୍‌ ରସଗୋଲାକୁ ଜିଆଇ ମାନ୍ୟତା ମିଳିଥିଲା । ଦୁଇ ବର୍ଷ ଧର ରସଗୋଲାକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାର ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଥିବା ବେଳେ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ଜିଆଇ ଆବେଦନ କରିପାରି ନାହାନ୍ତି । ଓଡ଼ିଶାରେ ରସଗୋଲା ବ୍ୟବହାରର ଐତିହାସିକ ପ୍ରମାଣ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିଲେ ହେଁ ସରକାର ଏଥିରେ ଗୋଟିଏ ପାଦ ଆଗେଇ ପାରି ନାହାନ୍ତି । ବରଂ ରସଗୋଲାକୁ ନେଇ କେଉଁ ବିଭାଗ କାଗଜପତ୍ର ପ୍ରସ୍ତୁତ କରିବ ସେ ନେଇ ଗୋଟିଏ ବିଭାଗରୁ ଅନ୍ୟ ବିଭାଗକୁ ଦାୟିତ୍ୱ ହସ୍ତାନ୍ତର ଚାଲିଛି । ସରକାରୀ ବାବୁଙ୍କ ମନମାନୀ ଯୋଗୁଁ ଓଡ଼ିଶାର ରସଗୋଲା ଜିଆଇ ମାନ୍ୟତା ପାଇବାରେ ବିଳମ୍ବ ହୋଇଛି ।