ଭାରତୀୟ ରେଳବାଇ ତରଫରୁ ଗ୍ରାହକଙ୍କୁ ନୂଆବର୍ଷ ଉପହାର ! ଏବେ ବସ୍ ପରି ଚଳନ୍ତା ଟ୍ରେନରେ ବି କରିପାରିବେ ଟିକେଟ୍, କାର୍ଡ଼ରେ ହେବ ପେମେଣ୍ଟ

81

ଏବେ ଆପଣ ବସ୍ ପରି ଚଳନ୍ତା ଟ୍ରେନରେ କାଟି ପାରିବେ ଟିକେଟ୍ । ଆଉ ପେମେଂଟ ଦେବା ପାଇଁ ଖୁଚୁରା ଟଙ୍କାର ଝନଝଟ୍ ରହିବ ନାହିଁ । କାରଣ କାର୍ଡ଼ରେ ହେବ ପେମେଣ୍ଟ । ନୂଆ ବର୍ଷରେ ଭାରତୀୟ ରେଳବାଇ ଯାତ୍ରୀଙ୍କୁ ଦେଇଛନ୍ତି ସ୍ୱତନ୍ତ୍ର ସେବା । ତେବେ ଆସନ୍ତୁ ଜାଣିବା ଏହି ସେବା ସମ୍ପର୍କରେ ବିସ୍ତୃତ ବିବରଣୀ । ଭାରତୀୟ ରେଳବାଇ ଏହି ନୂଆ ଯୋଜନା ୧୫ ଜାନୁୟାରୀରୁ ଲାଗୁ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛିି । ଏହି ଯୋଜନା ଅନୁସାରେ ଟିଟଇଙ୍କୁୁ ଟାବଲେଟ୍ ଓ ପିଓଏସ୍ ମେସିନ୍ ଦିଆଯିବ । ପ୍ରଥମେ ଏହି ଯୋଜନା ଅନୁସାରେ ବିନା ଟିକଟେରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଠାରୁ ଜୋରିମାନା ଆଦାୟ କରାଯିବ ଟିଟିି । ଏହାସହ ଏହି ଯୋଜନା ଅନୁସାରେ ରିଜର୍ଭେସନର ଟିକଟ ମଧ୍ୟ କରିହେବ ।

ଅନେକ ଥର ରେଳ ଯାତ୍ରୀ ଯଲଦି ଯଲଦିରେ ଟିକଟ କରିପାରନ୍ତି ନାହିଁ । ସବୁବେଳେ ସେମାନେ ଅଭିଯୋଗ କରନ୍ତି ଟିକେଟ କାଉଂଟରରେ ଅଧିକ ଭିଡ଼ ଥିବାରୁ ସେମାନେ ଟିକେଟ୍ କରିପାରିଲେ ନାହିଁ । ଏପରିସ୍ତେଳ ଆଉ ଯାତ୍ରୀଙ୍କୁ ଅସୁବିଧା ହେବ ନାହିଁ । ଏହି ଯୋଜନା ଅନୁସାରେ ସେମାନେ ଲାଭ ଉଠାଇ ପାରିବେ । ଏବେ ସେମାନେ ଚଳନ୍ତା ଟ୍ରେନରେ ହିଁ ଟିକେଟ୍ କରିପାରିବେ । ରେଳବାଇର ଏହି ଯୋଜନା ପ୍ରସ୍ତାବକୁ ନିକଟରେ ହୋଇଥିବା ଏକ ବୈଠକରେ ମଞ୍ଜୁରି ମିଳିସାରିଛି । ଜାନୁୟାରୀ ୧୫ ପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରାଇବା ପାଇଁ ଭାରତୀୟ ରେଳବାଇ ସମୟ ମାଗିଛି । ଏହି ନୂଆ ଯୋଜନା ଅନୁସାରେ ଯାତ୍ରୀଙ୍କର ଅସୁବିଧା କମ ହେବା ସହ କ୍ୟାସ ଗଡ଼ବଡ଼ରୁ ମ୍ୟଧ ମୁକ୍ତି ମିଳିବ ।