ଜିଓର ପୁଣି ଧମାକାଦାର୍ ଅଫର୍ ! ୩୦୩ ନୁହେଁ ଏବେ ୨୫୩ଟଙ୍କାରେ ପାଆନ୍ତୁ ମାଗଣା ସେବା

76

ପୁଣି ଧମାକାଦାର ଅଫର୍ ସହ ଆସିଲା ଜିଓ । ଏବେ ୩୦୩ ନୁହେଁ ମାତ୍ର ୨୫୩ ଟଙ୍କାରେ ପାଆନ୍ତୁ ‘ସମର ସରପ୍ରାଇଜ୍’ ଅଫର୍ । ଅର୍ଥାତ୍ ୨୫୩ ଟଙ୍କା ରିଚାର୍ଜ କରି ପଆନ୍ତୁ ତିନି ମାସର ମାଗଣା ଡାଟା ଏବଂ ଭଏସ୍ କଲିଂ । ତେବେ ଏହି ଅଫର୍ ପାଇବାକୁ ହେଲେ ଉପଭୋକ୍ତାଙ୍କୁ ନିଜ ଜିଓ ମନି ଆପ୍ ଜରିଆରେ ପେମେଂଟ୍ କରିବାକୁ ପଡିବ ।

ଏହି ସେବା ପାଇଁ ଗ୍ରାହକଙ୍କୁ ପ୍ରଥମେ ଜିଓ ମନି ଆପ୍ ଜରିଆରେ ୩୦୩ ଟଙ୍କା ପ୍ୟାକ୍ ରିଚାର୍ଜ କରିବାକୁ ପଡିବ । ଏହା ପରେ କମ୍ପାନୀ ତରଫରୁ ୫୦ ଟଙ୍କା କ୍ୟାସବ୍ୟାକ୍ ପାଇପାରିବେ ଉପଭୋକ୍ତା । ତେବେ ୨୫୩ ଟଙ୍କାରେ ୩ମାସର ମାଗଣା ସେବା ପାଇବାକୁ ହେଲେ ୧୫ ଏପ୍ରିଲ୍ ପୂର୍ବରୁ ଏହି ରିଚାର୍ଜ କରିବାକୁ ପଡିବ ।

ଯଦି ଆପଣ ଜିଓର ପ୍ରାଇମ୍ ସଦସ୍ୟ ହୋଇନାହାଁନ୍ତି ତେବେ ଚିନ୍ତା କରନ୍ତୁ ନାହିଁ । ଏହି ଆପ୍ ଜରିଆରେ ରିଚାର୍ଜ କଲେ ସେଥିରେ ମଧ୍ୟ ୫୦ଟଙ୍କା କ୍ୟାସବ୍ୟାକ୍ ପାଇବେ । ଅର୍ଥାତ୍ ମାତ୍ର ୪୯ ଟଙ୍କାରେ ହୋଇପାରିବେ ଜିଓର ପ୍ରାଇମ୍ ସଦସ୍ୟ ।

ଏହା ସହ ଦେଖନ୍ତୁ ଗ୍ରାହକଙ୍କ ପାଇଁ ଖୁସି ଖବର ! ଜିଓ ସିମ୍ ପରେ ଏବେ ମିଳିବ ମାଗଣା ଡିଟିଏଚ୍ ସେବା