ଗଇଲୋ ଘାଟି ଦୁର୍ଘଟଣାକୁ ପୂରିଛି ବର୍ଷେ ! ଅଭିଶପ୍ତ ରାତି ନେଇଥିଲା ଭାରତୀ ଗଣନାଟ୍ୟର ୨୭ କଳାକାରଙ୍କ ଜୀବନ

33

କନକ ବ୍ୟୁରୋ : ଗତବର୍ଷ ଏପ୍ରିଲ ୧୬ ତାରିଖ ରାତିରେ ଦୁର୍ଘଟଣା ନେଇଥିଲା ୨୭ ଜଣ କଳାକାରଙ୍କ ଜୀବନ । ଆଉ ବରଗଡ ରେମତା ଗାଁର ଏହି ଯାତ୍ରା କଳାକାରଙ୍କୁ ଏବେ ଝୁରୁଛନ୍ତି ତାଙ୍କ ପରିବାର । ଅନ୍ୟମାନଙ୍କ ମନୋରଂଜନ କରୁଥିବା କଳାକାରଙ୍କ ମୃତ୍ୟୁ ଏମାନଙ୍କ ପରିବାରରେ ଦେଇଯାଇଛି ଅସରନ୍ତି ଦୁଃଖ । ପୁରିଯାଇଛି ବର୍ଷଟିଏ । ଆଉ ଏହି ବର୍ଷକ ଭିତରେ କେବଳ ସମୟ ହିଁ ବଦଳିଛି ।

କିନ୍ତୁ ପରିବାର ସଦସ୍ୟଙ୍କୁ ହରାଇ ଆଖିରୁ ଶୁଖୁନି ଲୁହ । ମନରୁ ଲିଭୁନି କୋହ । ଏବେ ବି ଦୁର୍ଘଟଣାର ସେହି କାଳରାତିକୁ ଏମାନେ ମନେପକାଉଛନ୍ତି । ଆଉ ଏହି ଦୁଃଖଦ ଘଟଣାର ମୁକସାକ୍ଷୀ ଭାବେ ପଡିରହିଥିବା ବସ୍ ଜନ୍ନତ ଏବେ ଜଂଗଲ ନିଅାଁରେ ପୋଡିହୋଇ ନିଜର ଅସ୍ତିତ୍ୱ ହରାଇବାକୁ ବସିଲାଣି । ଆଉ ଜୀବନ-ମୃତ୍ୟୁର ଲୁଚକାଳି ଖେଳ ଭିତରେ କଳାକାରଙ୍କ ପରିବାର ସଦସ୍ୟ ହରାଇଛନ୍ତି ସବୁକିଛି ।