ଆଜିଠୁ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ : ପଂଚାୟତ ନିର୍ବାଚନ ହିଂସାକାଣ୍ଡ ନେଇ ସରଗରମ ରହିପାରେ ଗୃହ

24

କନକ ବ୍ୟୁରୋ : ଆଜିଠୁ ପୁଣି ଆରମ୍ଭ ହେଉଛି ବିଧାନସଭା । ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଆଜି ପ୍ରଥମ ଦିନରେ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହେବ । ତେବେ ଚାଷୀ ଆତ୍ମହତ୍ୟାକୁ ନେଇ ଗୃହ ପୁଣି ସରଗରମ ହେବା ସମ୍ଭାବନା ରହିଛି । ଏଥିସହ ଚାଷୀର ଅଭାବ ବିକ୍ରି ପ୍ରସଙ୍ଗ ବି ଉଠିପାରେ ।

ବିରୋଧୀଙ୍କ ଟାର୍ଗେଟରେ ରହିଛନ୍ତି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ । ଫଳରେ ବିରୋଧୀ ଗୃହରେ କୃଷିମନ୍ତ୍ରୀଙ୍କ ବିରୋଧରେ ସ୍ୱାଧୀକାର ଭଂଗ ନୋଟିସ ବି ଆଣିବେ । ସେହିପରି ରାଜନୈତିକ ହିଂସା, ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନରେ ବିଜେଡି-କଂଗ୍ରେ ମେଂଟ ପ୍ରସଙ୍ଗ ବି ଉଠିବା ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ ବିଜେପି ଗୃହରେ ଚାଷୀ ସମସ୍ୟା, ଧାନର ଅଭାବ ବିକ୍ରି, ମଣ୍ଡି ସମସ୍ୟା, ପିଇବା ପାଣି ସମସ୍ୟା ଓ ପଂଚାୟତ ନିର୍ବାଚନ ସମୟରେ ହିଂସାକାଣ୍ଡ ପ୍ରସଙ୍ଗ ଉଠାଇବ । ଏଥିସହ ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି ।