ମୋଦିଙ୍କ ଠାରୁ ସମ୍ମାନ ପାଇବା ପରେ ଅଲଗା ହୋଇଗଲେ ସଂଗ୍ରାମୀ ଲକ୍ଷ୍ମୀ ପଣ୍ଡାଙ୍କ ପରିବାର ! ବୋହୂ ସୁଜାତା ପଣ୍ଡା ବାଲେଶ୍ୱରରୁ ଉଦ୍ଧାର

45

କନକ ବ୍ୟୁରୋ : ସମ୍ମାନ ପରେ ହଟ୍ଟହଟ୍ଟା ହେଲେ ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟାଦ । ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସଂଗ୍ରାମୀଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ସମ୍ମାନିତ କଲେ । ସାରା ଦେଶରେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ସଂପର୍କରେ ଆଲୋଚନା ହେଲା । ମାତ୍ର ଏହାପରେ ଘରକୁ ଫେରିବା ବେଳେ ବାଟରେ ହଟ୍ଟହଟ୍ଟା ହୋଇଥିଲେ ଜୟପୁର ଅଚଂଳର ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ଦାୟାଦ ।

ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ପୁଅ ଓ ବୋହୂ ଭୁବନେଶ୍ୱର ଆସିଥିଲେ, ରାଜଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ସମ୍ମାନିତ କରିଥିଲେ । ଘରକୁ ଫେରିବା ବେଳେ ଭୁଲ ବେଳେ ସ୍ୱାମୀ ସ୍ତ୍ରୀ ଅଲଗା ଅଲଗା ଟ୍ରେନରେ ଚଢ଼ିଯାଇଥିଲେ । ସ୍ୱାମୀ ହୀରାଖଣ୍ଡରେ ଚଢ଼ିଥିବା ବେଳେ ସୁଜାତା ଉକ୍ରଳରେ ଚଢ଼ି ଯାଇଥିଲେ । ସ୍ୱାମୀଙ୍କୁ ନ ପାଇ ସୁଜାତାଙ୍କୁ ଭୟଭୀତ ଅବସ୍ଥା ଥିବା ବେଳେ ତାଙ୍କୁ କିଛି ଯାତ୍ରୀ ସୟାୟତା ପାଇଁ ଆଗେଇ ଆସିଥିଲେ ।

ରାତି ୩ଟାରେ ବାଲେଶ୍ୱର ଜିଆରପିକୁ ଜିମା ଦେଇଥିଲେ ଯାତ୍ରୀ । ତାଙ୍କ ଘରକୁ ଖବର ଦିଆଯାଇଛି । ଘର ଲୋକ ଆସିଲେ ତାଙ୍କୁ ଘରକୁ ପଠାଇ ଦିଆଯିବ ବୋଲି କହିଛି ଜିଆରପି ପୁଲିସ । ସୁଜାତାଙ୍କ ପାଖରୁ ମୋଦିଙ୍କ ଠାରୁ ପାଇଥିବା ମାନପତ୍ର, ପରିଚୟ ପତ୍ର ମିଳିଛି ।